ଲଗାଣ ବର୍ଷାରେ କଳାହାଣ୍ଡିର ରେତ ଓ ଉତେଇ ନଦୀରେ ବନ୍ୟା, ବହୁ ରାସ୍ତା ଧୋଇ ହୋଇ ବାହ୍ୟ ଜଗତରୁ ବିଚ୍ଛିନ୍ନ

କଳାହାଣ୍ଡି(କେନ୍ୟୁଜ୍): ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି । ଜିଲ୍ଲାର କେସିଙ୍ଗା ବ୍ଲକ, କଲରାମୁଣ୍ଡା, ମଦନପୁର, ରାମପୁର ଓ ନର୍ଲା ଆଦି ବ୍ଲକରେ ପ୍ରବଳ ବର୍ଷା । ରେତ ଓ ଉତେଇ ନଦୀରେ ବନ୍ୟା ଯୋଗୁ ବହୁ ରାସ୍ତା ଧୋଇ ହୋଇ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । କର୍ଲାମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁ ମଦନପୁର ରାମପୁର ବ୍ଲକ ମୋହନଗିରିର କାଳି ଗଙ୍ଗା ନାଳ ପାଣି ବଢି ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦେଉଳସୁଳିଆ, ସରବେଡା ଆଦି ଗାଁରେ ପାଣି ପଣିଛି । ରେତ ନଦୀର ବନ୍ୟା ପାଣିରେ ଲାଞ୍ଜିଗଡ଼ ବ୍ଲକର କାନ କୁଟରୁ ଅଞ୍ଚଳ ବନ୍ୟା ଜଳି ପଶିଛି । ପ୍ରଶାସନ ପ୍ରାୟ ୩ ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ବିଭିନ୍ନ ସ୍ଥାନରେ ରଖାଯାଇଛି । ରାମପୁର ବ୍ଲକର ସିଲେଟ, କେରପାଇ, ନକରୁଣ୍ଡି, ତଲମ ପଦର ଆଦି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଲାଞ୍ଜିଗଡ଼ ବ୍ଲକରେ ମଧ୍ୟ ସମାନ ଅବସ୍ଥା । ଜମିରେ ବନ୍ୟା ଜଳି ପଶି ବ୍ୟାପକ ଫସଲ ନଷ୍ଟ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.