ଏସ୍‌ଏସ୍‌ସିରେ ଜେଇ ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

କର୍ମଚାରୀ ଚୟନ ଆୟୋଗ( ଷ୍ଟାଫ୍‌ ସିଲେକ୍ସନ କମିଶନ) ପକ୍ଷରୁ ଜୁନିଅର ଇଂଜିନିୟର ପଦବୀ ସମେତ ଅନ୍ୟ କେତେକ ପଦବୀ ନିଯୁକ୍ତି ହେବ। ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥ ଏସ୍‌ଏସ୍‌ସିର ଅଫିସିଆଲ ୱେବସାଇଟ ssc.nic.in କୁ ଯାଇ ପଦବୀ ସମ୍ପର୍କିତ ସମସ୍ତ ଖବର ଜାଣିପାରିବେ। ପ୍ରାର୍ଥୀଙ୍କୁ ପରୀକ୍ଷାର ହଲ୍‌ ଟିକେଟ ସେମାନଙ୍କୁ ମେଲ୍‌କୁ ପଠାଇଦିଆଯିବ। ଏହାଛଡା ଏସଏସସି ନିଜର ଅଫିସିଆଲ ୱେବସାଇଟରୁ ମଧ୍ୟ ଆଡମିଟ କାର୍ଡ ଡାନଲୋଡ କରିପାରିବେ। ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବା ପରେ ସପ୍ତମ ବେତନ କମିଶନ ଆଧାରରେ ଦରମା ମଧ୍ୟ ପ୍ରଦାନ କରାଯିବ।

ଶିକ୍ଷାଗତ ଯୋଗ୍ୟତା:

କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ଦ୍ୱାରା ମାନ୍ୟତାପ୍ରାପ୍ତ ସଂସ୍ଥାରୁ ସିଭିଲି ଇଂଜିନିୟରିଂ, ଇଲେଟ୍ରିକାଲ ଇଂଜିନିୟରିରେ ୩ ବର୍ଷ ଡିପ୍ଲୋମା କିମ୍ବା ଅଧିକ ପାଠ ପଢିଥିବା ଆବଶ୍ୟକ।

ଜୁନିଅର ଇଂଜିନିୟର:

କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ବିଶ୍ୱବିଦ୍ୟାଳୟର, ବୋର୍ଡରୁ ସିଭିଲି ଇଂଜିନିୟରିଂରେ ୩ ବର୍ଷ ଡିପ୍ଲୋମା କିମ୍ବା ଭାରତ ସରକାରଙ୍କ କୌଣସି ସଂସ୍ଥାରୁ ବିଲିଡିଂ ଆଣ୍ଡ କ୍ୟାଣ୍ଟିଟି ସଭେର୍ଇଂ ସବଡିଭିଜନାଲ – ୨ରେ ଇଣ୍ଟରମିଡିଏଟ ପାସ କରିଥିବା ଆବଶ୍ୟକ।

ଏହାସହ ପଢନ୍ତୁ ; ଏବେ ଆଧାର ଜରିଆରେ କରିପାରିବେ ୧୦ରୁ ଅଧିକ ଟ୍ରେନ ଟିକେଟ ବୁକିଂ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ