Below header

ଡାକ୍ତରଙ୍କୁ ଆକ୍ରମଣ କଲେ ମିଳିବ ୧୦ ବର୍ଷ ଯାଏ କାରାଦଣ୍ଡ, ଏନେଇ ବିଲ୍ ପ୍ରସ୍ତୁତ କରୁଛନ୍ତି ମୋଦି ସରକାର

ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ସହିତ ମାରପିଟ୍ କରୁଥିବା ବ୍ୟକ୍ତିଙ୍କୁ ଏବେ ଆଉ ତ୍ରାହୀ ନାହିଁ । ମୋଦି ସରକାର ଖୁବ୍ ଶିଘ୍ର ହସ୍ପିଟାଲରେ ମାରପିଟ୍ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ୧୦ ବର୍ଷ ଜେଲ୍ କାରାଦଣ୍ଡର ବ୍ଯବସ୍ଥା କରିବାକୁ ଯାଉଛନ୍ତି । ସରକାର ବହୁତ ଶିଘ୍ର ଏହି ନିଷ୍ପତିକୁ ଅନ୍ତିମ ରୂପ ଦେଇପାରନ୍ତି । ଏହି ନିୟମକୁ ଆଣିବା ପୂର୍ବରୁ ସାଧାରଣ ଲୋକଙ୍କ ରାୟ ମଧ୍ୟ ଲୋଡାଯିବ ।

କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମଙ୍ଗଳବାର ଏହି ସୂଚନା ଦେବା ସହିତ କହିଥିଲେ କି, ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତିକୁ ମଞ୍ଜୁରୀ ମିଳିଛି । ସୂଚନା ଥାଉକି ଗତ କିଛି ମାସ ପୂର୍ବରୁ ପଶ୍ଚିମ ବଙ୍ଗଳାରେ ଜଣେ ଡାକ୍ତରଙ୍କ ଉପରେ ଆକ୍ରମଣ ହୋଇଥିଲା । ଯାହାଫଳରେ ଡାକ୍ତର ଜଣଙ୍କ ହସ୍ପିଟାଲରେ ଭର୍ତ୍ତୀ ହୋଇଥିଲେ । ଏହି ଘଟଣା ପରେ ଡାକ୍ତର ମାନଙ୍କର ଆନ୍ଦୋଳନ ତୀବ୍ର ରୂପ ନେଇଥିଲା ।

Doctorsସୂତ୍ର ମୁତାବକ ମୋଦି ସରକାର ଯେଉଁ ମୈଦାନ ଉପରେ କାମ କରୁଛନ୍ତି ସେଥିରେ କ୍ଳିନିକାଲ ପ୍ରତିଷ୍ଠାନମାନଙ୍କର ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ସହିତ ହସ୍ପିଟାଲରେ ମାରପିଟ୍ କରୁଥିବା ବ୍ୟକ୍ତିଙ୍କୁ ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ମିଳିବା ସହିତ ରୁ ୧୦ ଲକ୍ଷ ଟଙ୍କା ଯାଏ ଜରିମନା ମଧ୍ୟ ଦେବାକୁ ପଡିବ । ଏହା ସହିତ ହସ୍ପିଟାଲରେ ହିଂସା କରୁଥିବା କିମ୍ବା ହସ୍ପିଟାଲର କୌଣସି ସମ୍ପତି ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ୬ମାସରୁ ୫ବର୍ଷ ଯାଏ ଜେଲ ଦଣ୍ଡ ସହିତ ୫୦ହଜାରରୁ ୫ଲକ୍ଷ ଟଙ୍କା ଯାଏ ଜରିମନା ଦେବାକୁ ପଡିବ ।

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏଥିରେ ଡାକ୍ତର,ପାରା ମେଡିକାଲ କର୍ମଚାରୀ,ମେଡିକାଲ ଛାତ୍ର,ହସ୍ପିଟାଲରେ ସେବା ଦେଉଥିବା ସବୁ କର୍ମଚାରୀ ଏବଂ ଆମ୍ବୁଲାନ୍ସ ଚାଳକ ମଧ୍ୟ ସାମିଲ୍ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.