ଗଜପତି ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘ ପକ୍ଷରୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଧର୍ମଘଟ ଡାକରା

ଗଜପତି : ଗଜପତି ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ । ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ପାଳନ ନକରିବା ପ୍ରତିବାଦରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟର ଡାକରା ଦେଇଛି ଜିଲ୍ଲା ମୋଟର କର୍ମଚାରୀ ସଂଘ । ଚଳିତ ବର୍ଷ ଜାନୁୟାରୀ ୨୫ ତାରଖରୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ପ୍ରତିଶ୍ରୁତି କାର୍ଯ୍ଯକାରୀ କରାଯାଇନଥିବା କହିଛନ୍ତି ମୋଟର କର୍ମଚାରୀ ସଂଘର ସଭାପତି ଏବଂ ସମ୍ପାଦକ ।

ସଂଘ ତରଫରୁ ଏକ ୫ଦଫା ଦାବି ପତ୍ର ପ୍ରଶାସନକୁ ପ୍ରଦାନ କରାଯାଇଥିଲା । ସେଥିରେ ବସଷ୍ଟାଣ୍ଡ ପରିସରରେ ଥିବା ମଦ ଦୋକାନକୁ ବନ୍ଦ କରିବା, ଡିଜେଲ ବଦଳରେ କିରୋସିନ ବ୍ୟବହାର କରୁଥିବା ଗାଡି ମାଲିକଙ୍କ ବିରୋଧରେ ଆନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା,ବ୍ୟବହାର ଅନୁପଯୋଗୀ ପୁରୁଣା ବସ୍ ଗୁଡିକରେ ଯାତ୍ରୀ ପରିବହନ ପାର୍ଇ ଅନୁମତି ନଦେବା ଏବଂ ସମୟ ନିର୍ଘଣ୍ଟ ଅନୁସାରେ ଗାଡି ଚଳାଚଳ ସମେତ ବସଷ୍ଟାଣ୍ଡ ପରିସରରେ ଟିକେଟ୍ ବିକ୍ରୟ ଓ ଯାନ ଅନୁସନ୍ଧାନ ନିମନ୍ତେ ଏକ କାଉଣ୍ଟର ରୁମ୍ ପ୍ରଦାନ କରିବା ପ୍ରମୁଖ ଦାବି ରହିଥିଲା।

busତେବେ ଧର୍ମଘଟ ଯୋଗୁ ଜିଲ୍ଲାର ଅଭ୍ୟନ୍ତର ଅଞ୍ଚଳଏବଂ ପଡୋଶୀ ଜିଲ୍ଲା ଗୁଡିକ ସମେତ ଆନ୍ଧ୍ରପ୍ରଦେଶର ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଯାହାଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଆସନ୍ତାକାଲି ସ୍ବାଧୀନତା ଦିବସ ଏବଂ ରାକ୍ଷୀ ପୂଣ୍ଣିମା ଥିବାର ବସ୍ ଧର୍ମଘଟର ବିଶେଷ ପ୍ରଭାବ ଯାତ୍ରୀମାନଙ୍କ ଉପରେ ପଡିଥିବା ନେଇ ଦେଖିବାକୁ ମିଳିଛି ।