ଖୋଲିଲା ହୀରାକୁଦ ଗେଟ୍, ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ
ସମ୍ବଲପୁର(କେନ୍ୟୁଜ୍) : ଖୋଲିଲା ହୀରାକୁଦ ଗେଟ୍ । ହୀରାକୁଦରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ୭ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ହୀରାକୁଦର ଜଳସ୍ତର ୬୧୮ ଫୁଟ ଟପିବା ପରେ ପ୍ରଥମ ଗେଟ୍ ଖୋଲାଯାଇଛି । ଗେଟ୍ ଖୋଲିବା ପୂର୍ବରୁ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତିବର୍ଷ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇଥାଏ । ତଳ ମୁଣ୍ଡଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପ୍ରଥମ ଦିନରେ କେବଳ ଗୋଟିଏ ଗେଟ୍ ଖୋଲାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି । ହୀରାକୁଦର ଜଳସ୍ତର ଏବେ ୬୧୮. ୬୯ ଫୁଟ୍ ରହିଛି । ଜଳ ଭଣ୍ଡାରକୁ ପ୍ରତି ସେକଣ୍ଡରେ ୧ ଲକ୍ଷ ୩୯ ହଜାର ୭୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୫ ହଜାର ୧୨୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ସହରର ତଳିଆ ଅଞ୍ଚଳଗୁଡ଼ିକୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଛି ।