ଲଦାଖରେ ଫିଲ୍ମ ‘ଶମଶେରା’ର ସୁଟିଂ କରିବେ ରଣବୀର, କେନ୍ଦ୍ରଶାସିତ ଅଞ୍ଚଳ ଘୋଷିତ ହେବା ପରେ ପ୍ରଥମ ବଲିଉଡ ଫିଲ୍ମ ହେବ ସୁଟିଂ

ଜମ୍ମୁ ଓ କଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଘୋଷିତ ହେବା ପରେ ସମଗ୍ର ଭାରତରେ ବର୍ଷରେ ଖୁସିର ଲହରି ଖେଳିଯାଇଛି। ଖାସ୍‌ ଏଥିପାଇଁ ବଲିଉଡ ମଧ୍ୟ ଏଠାରେ ଫିଲ୍ମ ସୁଟିଂ ପାଇଁ ତତ୍ପର ରହିଛି। ଏବେ ସମଗ୍ର ବଲିଉଡ କେବଳ ଜମ୍ମୁ କଶ୍ମୀର ନୁହେଁ ଲଦାଖରେ ଫିଲ୍ମ ସୁଟିଂ କରିବା ପାଇଁ ବ୍ୟାକୁଳ ରହିଛି। ଏହି ତାଲିକାର ସମଗ୍ର ଆଗରେ ରହିଛନ୍ତି ଅଭିନେତା ରଣବୀର କପୁର। ଏଠାରେ ଫିଲ୍ମ ‘ଶମଶେରା’ ସୁଟିଂ କରିବା ପାଇଁ ରଣବୀର ଏବଂ ବାଣୀ କପୁର ଏଠାକୁ ଯାଇଛନ୍ତି।

ଖବର ମୁତାବକ, ୟଶରାଜ ଫିଲ୍ମସ ବ୍ୟାନରେ ନିର୍ମିତ ଏହି ଫିଲ୍ମକୁ କରନ ମଲହୋତ୍ରା ନିର୍ଦ୍ଦେଶନା ଦେଉଛନ୍ତି। ଲଦାଖର ପ୍ରାକୃତିକ ଦୃଶ୍ୟର ସୁନ୍ଦରତା ଫିଲ୍ମ ଜରିଆରେ ଦେଖାଇବାକୁ ଚାହୁଁଛନ୍ତି ବୋଲି ନିର୍ଦ୍ଦେଶନ କରନ କହିଛନ୍ତି। ଏହି ଫିଲ୍ମର ସୁଟିଂ ଖୁବଶୀଘ୍ର ସାରିବାକୁ ଯୋଜନା ରହିଛି। ଏହି ଫିଲ୍ମର ସୁଟିଂକୁ ନେଇ ଅନେକ ଗୋପନୀୟତା ମଧ୍ୟ ରଖାଯାଛି। ଫିଲ୍ମର ଯେଉଁ ଭାଗ ଲଦାଖରେ ସୁଟିଂ ହେବ, ତାହା ବିଷୟରେ କେବଳ ଫିଲ୍ମ ନିର୍ମାଣ ଟିମର କିଛି ସଦସ୍ୟ ଜାଣିବେ। ଏହି ଫିଲ୍ମର ସୁଟିଂ ଏପର୍ଯ୍ୟନ୍ତ ବହୁତ ଲୁଚାଛପା ଭାବେ ଚାଲିଛି। ଫିଲ୍ମର ସୁଟିଂ ସମୟରେ ଟିମ୍‌ ସଦସ୍ୟଙ୍କୁ କ୍ୟାମେରା ମୋବାଇଲ ବ୍ୟବହାର କରିବାକୁ ମନା କରାଯାଇଛି। ଏହି ଫିଲ୍ମ ରଣବୀର କପୁରଙ୍କ କ୍ୟାରିଅର ବହୁତ ମହତ୍ୱପୂର୍ଣ୍ଣ ଫିଲ୍ମ ହେବ ବୋଲି ସେ ଆଶା କରିଛନ୍ତି। ଫିଲ୍ମରେ ରଣବୀର ପ୍ରଥମ ଥର ପାଇଁ ଏପରି ଆକ୍ସନ ସିନ୍‌ କରିବେ ଯାହା ଦର୍ଶକେ ଦେଖି ଅଚମ୍ବିତ ହୋଇଯିବେ। ଫିଲ୍ମ ଶମଶେରାର କାହାଣୀ ଡକାୟତଙ୍କ କାହାଣୀ ଉପରେ ଆଧାରିତ ହେବାକୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମରେ ସଞ୍ଜୟ ଦତ୍ତ ଖଳନାୟକ ଭୂମିକାରେ ନଜର ଆସିବେ।

ଏହାସହ ପଢନ୍ତୁ ; ଆମିର ତନୟା ଇରାଙ୍କ କ୍ରେଜି ଫଟୋ ଭାଇରାଲ, ଦେଖନ୍ତୁ…

Leave A Reply

Your email address will not be published.