ଲଘୁଚାପ ଜନିତ ବର୍ଷାରେ ବେହାଲ୍ ବୌଦ୍ଧ ଜିଲ୍ଲା, ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ ଗାଁରେ ପଶିଛି ପାଣି
ବୌଦ୍ଧ(କେନ୍ୟୁଜ୍): ଲଘୁଚାପ ଜନିତ ବର୍ଷାରେ ବେହାଲ୍ ବୌଦ୍ଧ ଜିଲ୍ଲା । ଜିଲ୍ଲାରେ ବିପଦ ସଙ୍କେତ ଟପିଛି ମହାନଦୀ ଜଳସ୍ତର। ୮୮.୫୬ ଫୁଟରେ ପ୍ରବାହିତ ହେଉଛି ଜଳସ୍ତର। ମହାନଦୀର ବିପଦ ସଙ୍କେତ ୮୭.୭୦ ଫୁଟ। ନଦୀର ଜଳସ୍ତର ବୃଦ୍ଧି ପାଇ ଗାଁରେ ପାଣି ପଶିଛି। ଫଳରେ ଶତାଧିକ ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ NDRF ଟିମ୍ର ଉଦ୍ୟମ ଜାରି ରହିଛି। କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପାଣି ପଶିଯିବାରୁ ପାଠପଢା ବାଧାପ୍ରାପ୍ତ ହୋଇଛି। ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ବୌଦ୍ଧରେ ପହଞ୍ଚି ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ଏହାସହ ସ୍ଥିତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।