ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର, ୧୦ ଗ୍ରାମକୁ ୩୯ ହଜାର ୫୦୦ ଟଙ୍କା

ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ୧୦ ଗ୍ରାମ ସୁନାର ମୂଲ୍ୟ ୩୯ ହଜାର ୫୦୦ ଟଙ୍କା ହୋଇଛି । ଆମେରିକା ଓ ଚୀନ ଭିତରେ ଲାଗିରହିଥିବା ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ସୁନା ଦର ବଢିଚାଲିଛି । ସେପଟେ ଦର ବୃଦ୍ଧି ଯୋଗୁ ସୁନା କିଣିବାରେ ନିବେଶକଙ୍କ ଆଗ୍ରହ ବଢିବାରୁ ବୈଷୟିକ ବଜାର ଓ ଭାରତୀୟ ବଜାରରେ ସୁନା ଦର ହୁ ହୁ ହୋଇ ବଢିଚାଲିଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଉଥିବା ଯୋଗୁଁ ମଧ୍ୟ ଦର ବଢିବାରେ ଲାଗିଛି । ୨୦୧୩ ମସିହା ପରଠାରୁ ସୁନାର ଏଭଳି ଦର ବୃଦ୍ଧି ପ୍ରଥମ ଥର ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.