ପଞ୍ଚଦିନ ହେବ ଭୋକିଲା ମଣିଷ ପେଟକୁ ଦାନା ଦେଲେ ଭାରତୀୟ ନୌସେନା, ବନ୍ଯା ବିପନ୍ନଙ୍କୁ ବଢାଇଲେ ସାହାର୍ଯ୍ଯର ହାତ

କାକଟପୁର(କେନ୍ୟୁଜ୍): ଦେବୀନଦୀରେ ଆସିଥିବା ବନ୍ଯା ଅସ୍ତରଙ୍ଗ ଅଞ୍ଚଳର ଅନେକ ଗ୍ରାମକୁ ଜଳବନ୍ଦୀ କରିଥିଲା । ସେଥିମଧ୍ୟରୁ ଅଧିକ ପ୍ରଭାବିତ ହୋଇଥିଲା ଅସ୍ତରଙ୍ଗ ବ୍ଲକର ଦୀପାଞ୍ଚଳ ଭାବରେ ପରିଚିତ ତାଳଦା ପଂଚାୟତ। ଏହିପଞ୍ଚାୟତ ରେ ରହିଥିବା ଅନେକ ଗ୍ରାମ ଜଳମଗ୍ନ ହୋଇଥିଲା। ଅନେକ ଘର ବନ୍ଯାଜଳ ରେ ବୁଡ଼ିରହିଥିବା ବେଳେ ଅନେକ ଲୋକମାନେ ପାଣି ଘେରରେ ରହିଥିଲେ। ବନ୍ଯା ବିପନ୍ନ ଲୋକମାନେ ଦୀର୍ଘ ପଞ୍ଚଦିନ ହେବ ଶୁଖିଲା ଖାଦ୍ୟ ଖାଇ ଜୀବନ ଅତିବାହିତ କରୁଥିଲେ। ଚାରି ପାଖରେ ବନ୍ଯାଜଳ ବୁଡିରହିବା କାରଣ ରୁ ରନ୍ଧାଖାଦ୍ୟ ଲୋକମାନେ ଖାଇପାରୁ ନଥିଲେ ।

ଠିକ ଏହି ସମୟରେ ଅସ୍ତରଙ୍ଗ ସାମ୍ବାଦିକ ସଂଘର କିଛି ସାମ୍ବାଦିକ ଏହି ବନ୍ଯା ବିପନ୍ନ ଲୋକଙ୍କୁ ଭେଟି ଖବର ସଂଗ୍ରହ କରିବାକୁ ଯାଇଥିଲେ | ସେଠାରେ ଲୋକମାନଙ୍କ ଏଭଳି ଅବସ୍ଥା ଦେଖି ସେମାନଙ୍କୁ ସହଯୋଗ କରିବାପାଇଁ ଭେଟ୍ରାନ କ୍ଲବର ଅଧକ୍ଷ ପୂର୍ବତନ ସାମରିକ ଅଧିକାରୀ ବିଦ୍ୟାଧର ନାୟକଙ୍କ ସହ ଯୋଗାଯୋଗ କରିଥିଲେ। ଭେଟ୍ରାନ କ୍ଲବ ଅଧକ୍ଷ ବିଦ୍ୟାଧର ନାୟକ ଭାରତୀୟ ନୌସେନା ଚିଲିକାର ମୁଖ୍ଯ କମାଣ୍ଡର ଏନ ପି ପ୍ରଦୀପଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଲୋକମାନଙ୍କ ଦୁରବସ୍ଥା ସମ୍ପର୍କରେ ଜଣାଇଥିଲେ । ଏହା ଜାଣିବା ପରେ ବିପନ୍ନ ମାନଙ୍କୁ ନୌସେନା ସାହାର୍ଯ୍ଯ କରିବ ବୋଲି ପ୍ରତିଶୃତି ଦେଇଥିଲେ। ଏହାପରେ ନୌସେନାର ୪୦ ଜଣିଆ ଏକ ଟିମ୍ ତାଳଦା ଦୀପାଞ୍ଚଳରେ ପହଞ୍ଚି ଲୋକମାନଙ୍କୁ ରନ୍ଧାଖାଦ୍ୟ ପାନୀୟ ଜଳ ସହ ସେମାନଙ୍କୁ ରାସନ ପ୍ୟାକେଟ ମାନ ବାଣ୍ଟିଥିଲେ |

ଦେବୀନଦୀରୁ ବନ୍ଯାଜଳ କିଛି ପାରିମାଣ ହ୍ରାସ ପାଇବା ପରେ ଲୋକମାନଙ୍କ ସମସ୍ଯା ବଢିଯାଇଛି। ଘର ଭିତରେ ପାଣିପଶି ଚୁଲି ଭାଂଗିଯାଇଥିବା ବେଳେ ଧାନଚାଉଳ ସବୁ ଓଦା ହୋଇ ନଷ୍ଟ ହୋଇଯାଇଛି। ତେଣୁ ଲୋକମାନେ ରୋଷେଇ କରି ଖାଇବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇଯାଇଛି। ତେବେ ଭାରତୀୟ ନୌସେନା ସେମାନଙ୍କ ପାଖରେ ଦେବଦୂତ ଭାବରେ ଛିଡ଼ାହୋଇଛି। ଭୋକିଲା ଲୋକମାନଙ୍କ ପେଟରେ ରନ୍ଧାଖାଦ୍ୟ ଦେବା ସହ ପାନୀୟ ଜଳ ଏବମ ରାସନ ସାମଗ୍ରୀ ବଣ୍ଟନ କରିଛି । ଏହି କାର୍ଯରେ ତାଳଦା ପଂଚାୟତର ଯୁବ ସରପଞ୍ଚ ଦୀପକ କୁମାର ପରିଡା ନୌସେନାକୁ ସହଯୋଗ କରିଥିବା ବେଳେ, ଅସହାୟ ଲୋକଙ୍କ ପାଖରେ ସହଯୋଗର ହାତ ବଢାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.