ମାଲକାନଗିରିରେ ଆଜି ବି ବନ୍ୟା ସ୍ଥିତି, ଉପରମୁଣ୍ଡରେ ବର୍ଷା ଯୋଗୁ କାଲିମେଳା ଓ ପଡ଼ିଆକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି(କେନ୍ୟୁଜ୍): ବର୍ଷା ଛାଡ଼ିଛି। ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତଥାପି ବିତ୍ପାତ କମିନି। ମାଲକାନଗିରି ଜିଲ୍ଲାରେ ଆଜି ବି ବନ୍ୟା ଭଳି ସ୍ଥିତି। ଉପରମୁଣ୍ଡରେ ବର୍ଷା ଯୋଗୁ କାଲିମେଳା ପଡ଼ିଆ ରାସ୍ତାର କନ୍ୟାଶ୍ରମ ପୋଲ ଉପରେ ୩-୪ ଫୁଟ ପାଣି ପ୍ରବାହିତ ହେଉଛି। ଫଳରେ କାଲିମେଳା ଓ ପଡ଼ିଆକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ଚଳିତ ବର୍ଷାରେ କାଲିମେଳା, କୋରୁକୁଣ୍ଡା, ମାଥିଲି ଓ ଖଇରପୁଟ ବ୍ଲକର ୧୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଭାଙ୍ଗିଛିି ଅନେକ ଲୋକଙ୍କ ଘର। ୧୦ ଦିନ ମଧ୍ୟରେ ତିନି ତିନି ଥରେ ବନ୍ୟା ଆସି ଲୋକଙ୍କ ଦୁର୍ଦ୍ଦଶା ବଢାଇ ଦେଉଛି। ଜିଲ୍ଲା ପ୍ରଶସାନ ପକ୍ଷରୁ ବିପନ୍ନଙ୍କୁ ବିଭିନ୍ନ ଆଶ୍ରୟସ୍ଥଳରୀ ରଖାଯିବା ସହ ରନ୍ଧା ଓ ଯୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ପଶିରହିଛି। ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ଜିଲ୍ଲାର ବିଭିନ୍ନ ନଦୀରେ ପାଣି ବଢି ବନ୍ୟା ସ୍ଥିତି ସୃଷ୍ଟି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.