ସୁନା ଛାଡି ଅଚାନକ ପଶୁ କିଣିବାରେ ଲାଗିପଡିଛନ୍ତି ପାକିସ୍ତାନୀ, ଜାଣନ୍ତୁ ଏମିତି କ’ଣ ହେଲା !

ପାକିସ୍ତାନ: ଇମରାନ୍ ଖାନଙ୍କ ପାକିସ୍ତାନରେ ଆଜିକାଲି କିଛି ଠିକ୍ ଚାଲିନାହିଁ । ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନର ଅବସ୍ଥା ଏତେ ମାତ୍ରାରେ ଖରାପ ହୋଇଯାଇଛି କି, ବକ୍ରିଇଦ୍ ରେ ଖର୍ଚ୍ଚ କରିବା ପାଇଁ ସାଧାରଣ ପାକିସ୍ତାନୀଙ୍କ ପାଖରେ ଅର୍ଥ ନାହିଁ । ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁନା ମୂଲ୍ୟ ବଢିବା ଦ୍ବାରା ଘରେ ଥିବା ପୁରୁଣା ସୁନା ଏବେ ଭଲ ଦାମରେ ବିକ୍ରି ହେଉଛି। ପାକିସ୍ତାନର ଖବର କାଗଜରେ ପ୍ରକାଶିତ ଖବର ମୁତାବକ ଏଥର ପଶୁ ମାନଙ୍କୁ ଶସ୍ତାରେ କିଣି ବକ୍ରିଇଦ୍ ରେ ଉଚ୍ଚା ଦାମରେ ବିକ୍ରି କରି ଭଲ ରୋଜଗାର କରାଯିବ । ସାରା ବିଶ୍ବରେ ସୁନା ଦର ଉଚ୍ଚତମ ସ୍ତରରେ ପହଁଚି ଯାଇଛି । ଏଥିପାଇଁ ପାକିସ୍ତାନରେ ମଧ୍ୟ ସୁନା ଦର ଏବେ ଆକାଶ ଛୁଆଁ ।

pak

ଏହାସହ ପଢନ୍ତୁ :  ତିନ୍ ତଲାକ୍ ପରେ ନାକ କାଟିଲା ସ୍ବାମୀ, ଜାଣନ୍ତୁ କାହିଁକି ଏମିତି କଲା

ପାକିସ୍ତାନ ଏବେ ସୁନା ବଦଳରେ କିଣୁଛି ପଶୁ:

ସୁନା ଦର ଏବେ ମାତ୍ରାରେ ବଢିଯିବା କାରଣରୁ ପାକିସ୍ତାନରେ ସାଧାରଣ ଲୋକଙ୍କ ପାଇଁ ଏହାକୁ କିଣିବା ସମ୍ଭବ ହେଉନାହିଁ । ଏଏସଏସଜେଏ ର କହିବା କଥା କି, ପାକିସ୍ତାନରେ ଆଜିକାଲି କିଛି ନୂଆ ଦେଖିବାକୁ ମିଳୁଛି । ପାକିସ୍ତାନୀ ମାନେ ଏବେ ସୁନା କିଣିବା ବଦଳରେ ସୁନାକୁ ବିକ୍ରି କରୁଛନ୍ତି । ବକ୍ରିଇଦ୍ ରେ କୁର୍ବାନ୍ ଦେବା ପାଇଁ ପଶୁ କିଣିବାରେ ଲାଗିପଡିଛନ୍ତି ପାକିସ୍ତାନୀ । ଏହାସହିତ ଦାନ ପାଇଁ ମଧ୍ୟ ସୁନା ବିକ୍ରି କରି ଅର୍ଥ ସଞ୍ଚୟ କରୁଥିବାନେଇ ଏଏସଏସଜେଏ ପକ୍ଷରୁ କୁହାଯାଇଛି । ପାକିସ୍ତାନରେ ୧ ଭରି ସୁନା ମୂଲ୍ୟ ୮୬,୨୫୦ ଟଙ୍କା ରହିଛି । ଯାହା ସବୁଠାରୁ ଉଚ୍ଚତମ ସ୍ତରରେ ପହଁଚିଛି ।