ହାଡ ଭାଙ୍ଗିଗଲେ ଯୋଡିବାରେ ଲାଭକାରୀ ହୋଇଥାଏ ଅଣ୍ଡାଖୋଳ
କେବଳ ଅଣ୍ଡା ନୁହେଁ ବରଂ ତାର ଖୋଳରେ ମଧ୍ୟ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ବ ରହିଛି। ଅଣ୍ଡା ଖୋଳରେ କ୍ୟାଲସିୟମ କାର୍ବୋନେଟ୍ ରହିଥାଏ। ଯାହାକୁ କ୍ଷତ ହୋଇଥିବା ହାଡକୁ ଠିକ କରିବାରେ ସାହାଯ୍ୟ କରିଥାଏ। ଆଜ୍ଞା ହଁ ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହି କଥା ସମ୍ପୂର୍ଣ୍ଣ ସତ୍ୟ। ୟୁନିଭରସିଟି ଅଫ ମୈସଚୁସେଟସ୍ ରେ ଏକ ଅଧ୍ୟୟନରୁ ଏହି କଥା ସାମ୍ନାକୁ ଆସିଛି କି ଅଣ୍ଡାର ଖୋଳକୁ ଗୁଣ୍ଡ କରି କ୍ଷତିଗ୍ରସ୍ତ ହୋଇଥିବା ହାଡକୁ ଠିକ କରିବାରେ ବ୍ୟବହାର କରାଯାଏ। ଅନୁସନ୍ଧାନକର୍ତ୍ତାମାନେ ଏହି ଅନୁସନ୍ଧାନକୁ ପରୀକ୍ଷା କରିବା ପାଇଁ ଅଣ୍ଡା ଖୋଳକୁ ଗୁଣ୍ଡ ସେହି ଗୁଣ୍ଡକୁ ଏକ ହାଇଡ୍ରୋଜଲ ମିକ୍ସଚରରେ ପକାଇଥିଲେ, ଯାହାଦ୍ବାରା ତାହାର ଏକ ଫେମ ପ୍ରସ୍ତୁତ ହେବା ସହ ଅସ୍ଥି କୋଷିକା ମାଧ୍ୟମରେ ନୂଆ ହାଡ ରୋପଣ କରାଯାଇପାରିବ।
ଏହାସହ ପଢନ୍ତୁ: ତରକାରୀରେ ଲଙ୍କା ଅଧିକ ହୋଇଗଲେ କିଛି ବ୍ୟସ୍ତ ନ ହୋଇ ଏହି ଉପାୟ ଦ୍ୱାରା କମ୍ କରନ୍ତୁ ରାଗ
ଅଣ୍ଡା ଖୋଳରେ କ୍ୟାଲସିୟମ ରହିଥାଏ ଯାହାଦ୍ବାରା ଅସ୍ତି କୋଷିକା ବିକଶିତ ହେବାରେ ସାହାଯ୍ୟ କରିଥାଏ। ଯାହାଫଳରେ ହାଡ ମଜବୁତ୍ ହୋଇଥାଏ। ଏହି ପ୍ରୟୋଗ ଦୀର୍ଘ ସମୟ ଧରି ଏକ ମୂଷା ଉପରେ ଅନୁସନ୍ଧାନ କରିବା ପରେ ଖୁବ୍ ଜଲଦି ଏହାର ପ୍ରୟୋଗ ଖୁବ୍ ଜଲଦି ମଣିଷ ଶରୀରର ହାଡକୁ ମଧ୍ୟ ମଜବୁତ କରିବାରେ ଲାଭକାରୀ ହେବ ବୋଲି କହିଛନ୍ତି। ରିପୋର୍ଟ ଅନୁଯାୟୀ ବିଶ୍ବର ଅନେକ ସ୍ଥାନରେ ଲୋକମାନେ ଅଣ୍ଡା ଖୋଳକୁ ଗୁଣ୍ଡ କରି ପାଉଡର ପ୍ରସ୍ତୁତ କରିଥାନ୍ତି। ଏବଂ ଏହି ପ୍ରାକୃତିକ କ୍ୟାଲସିୟମ ସପ୍ଲିମେଟ୍ ହାଡ ଉପରେ ବ୍ୟବହାର କରାଯାଇଛି।