ଭୁବନେଶ୍ୱର ଉପକଣ୍ଠରେ ବନ୍ୟା ସ୍ଥିତି ଗମ୍ଭୀର, ଦୟାନଦୀ ଫୁଲିବାରୁ ଅନେକ ଗାଁ ଏବେ ଜଳମଗ୍ନ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଉପକଣ୍ଠରେ ବନ୍ୟା ସ୍ଥିତି ଗମ୍ଭୀର । ଦୟାନଦୀ ଫୁଲିବାରୁ ଅନେକ ଗାଁ ଏବେ ଜଳମଗ୍ନ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଗାଁ । ଜଳବନ୍ଦୀ ହୋଇ ରହିଛନ୍ତି ହଜାର ହଜାର ଲୋକ। ଦୁଇ ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ଯୋଗୁ ପିଇବା ପାଣିରେ ସମସ୍ୟା ଦେଖାଯାଇଛି ।

ଚାଷ ଜମିରେ ଅଣ୍ଟାଏ ପାଣି । ପାଞ୍ଚଗାଁ, ବରବୁଦା ଓ କଣ୍ଟିଲୋର ପ୍ରାୟ ୫୦ ଏକର ଚାଷ ଜମି ପାଣିରେ ବୁଡ଼ିଯାଇଛି । ପ୍ରଶାସନିକ ଅଧିକାରୀ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ଅସୁବିଧା ପଚାରି ବୁଝିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.