ଶିକ୍ଷକଙ୍କ ନାରକୀୟ କାଣ୍ଡ: ମାତ୍ର ୨୫୦ ଟଙ୍କା ସ୍କୁଲ ଫି ପାଇଁ ଛାତ୍ରଙ୍କୁ ନିର୍ଧୁମ ପିଟିଲେ ଶିକ୍ଷକ, ହସ୍ପିଟାଲରେ ମୃତ୍ୟୁ

ନୂଆଦିଲ୍ଲୀ : ସ୍କୁଲ ଶିକ୍ଷକଙ୍କ ଅଭାବନୀୟ କାଣ୍ଡ। ତାଙ୍କ ନିର୍ଧୁମ ମାଡରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଉତ୍ତର ପ୍ରଦେଶର ବହରାଇଚର ସିରସିଆ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି। ଏଠାରେ ଜଣେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ବାଳକର ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସୁଛି। ଶିଶୁର ମାମୁଁ ଅଭିଯୋଗ କରିଛନ୍ତି ଯେ ସ୍କୁଲରେ ପିଲାଟିକୁ ମାଡ ମାରିବା କାରଣରୁ ମୃତ୍ୟୁ ଘଟିଛି। ପୋଲିସର ସୂଚନାନୁସାରେ,ପୋଲିସ୍ ଅନୁଯାୟୀ, ପିଲାଟି ଗାଁ ପାଖ ସ୍କୁଲରେ ପଢୁଥିଲା। ହେଲେ ବୁଧବାର ହସ୍ପିଟାଲ୍‌ରେ ପିଲାଟିର ମୃତ୍ୟୁ ଘଟିଛି। ଫି କାରଣରୁ ପିଲାଟିକୁ ଶିକ୍ଷକ ମାଡ ମାରିବାରୁ ତାର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।

ମୃତକଙ୍କ ଭାଇ ରାଜେଶ ବିଶ୍ୱକର୍ମାଙ୍କ ଅନୁଯାୟୀ, ‘ମୋ ଭାଇଙ୍କୁ ସ୍କୁଲ ଶିକ୍ଷକ ମାସକୁ ୨୫୦ ଟଙ୍କା ସ୍କୁଲ ଫି ଯୋଗୁଁ ପିଟିଥିଲେ। ମୁଁ ମୋ ଭାଇର ଅନଲାଇନ୍ ସ୍କୁଲ୍ ଫି ଦେଇଥିଲି କିନ୍ତୁ ଶିକ୍ଷକମାନେ ଏହା ଜାଣି ନଥିଲେ ଏବଂ ସେମାନେ ଅନୁଭବ କରିଥିଲେ ଯେ ଏହି ପିଲା ସ୍କୁଲ ଫି ଦେଇ ନାହାଁନ୍ତି ଯେଉଁଥିପାଇଁ ତାଙ୍କୁ ବହୁତ ମାଡ ଦିଆଯାଇଥିଲା। ଭାଇର ହାତ ଭାଙ୍ଗି ଦେଇଥିଲେ। ମୋ ଭାଇଙ୍କୁ ସ୍କୁଲ ଲୋକ ପିଟି ପିଟି ମାରି ଦେଇଛନ୍ତି ବୋଲି ରାଜେଶ କହିଛନ୍ତି। ଏସପି ଅରବିନ୍ଦ କୁମାର ମୌର୍ଯ୍ୟଙ୍କ ଅନୁଯାୟୀ, ମୃତକ ପିଲାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ପୋଲିସ୍ ମାମଲାର ଯାଞ୍ଚ କରୁଛି।

ନିକଟରେ ରାଜସ୍ଥାନର ଜାଲୋରରେ ଜଣେ ଶିକ୍ଷକ ୯ ବର୍ଷର ଦଲିତ ଛାତ୍ରଙ୍କୁ ଏତେ ମାତ୍ରାରେ ମାଡ଼ ମାରିଥିଲେ ଯେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୋଗ ହୋଇଛି ଯେ ନିରୀହ ଛାତ୍ର ଜଣକ ଶିକ୍ଷକ ପିଉଥିବା ମାଠିଆରୁ ପାଣି ପିଇ ଦେଇଥିଲା। ପରିବାର ଲୋକେ ଅଭିଯୋଗ କରିଥିଲେ ଯେ, ପିଲାଟିକୁ ଏଥିପାଇଁ ପିଟିଥିଲେ କାରଣ ସେ ଦଳିତ ଥିଲା ଏବଂ ଶିକ୍ଷକ ଉଚ୍ଚ ଜାତିର ଥିଲେ। ଏହା ପରେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା । ଏହି ଆଶ୍ଚର୍ଯ୍ୟଜନକ ଘଟଣାର କିଛି ଦିନ ପରେ ଏବେ ଉତ୍ତରପ୍ରଦେଶରେ ଏଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷକ ସ୍କୁଲ ଫିକୁ ନେଇ ଜଣେ ନିର୍ଦ୍ଦୋଷ ଛାତ୍ରଙ୍କୁ ହତ୍ୟା କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.