ତାଳଚେରରେ ଘର ବାରଣ୍ଡା ତଳୁ ଦବିଲା ମାଟି, ସୃଷ୍ଟି ହେଲା ୩ଫୁଟର ଗାତ

ତାଳଚେର(କେନ୍ୟୁଜ୍) : ତାଳଚେରରେ ପୁଣି ଦବିଲା ମାଟି। ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ଘଟଣା ଘଟିଛି। ଫଳରେ ଲୋକମାନେ ଭୟରେ ଘର ଛାଡି ରାସ୍ତା ଉପରକୁ ପଳାଇ ଆସିଛନ୍ତି। ରବିନାରାୟଣ ବାଇଙ୍କ ରୋଷେଇ ଘର ବାରଣ୍ଡା ତଳକୁ ମାଟି ଦବିଯାଇଛି। ଫଳରେ ୫ଫୁଟ ଓସାର ଏବଂ ୩ଫୁଟର ଏକ ଗାତ ସୃଷ୍ଟି ହୋଇଛି। ପ୍ରଥମେ ଛୋଟିଆ ଫାଟ ହୋଇ ପରେ ଏହା ବଢି ଯାଇଥିଲା। ତାଳରେଚ ଭୂତଳ ଖଣି ଯୋଗୁଁ ଏଭଳି ସ୍ଥିତି ଉପୁଜୁଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ତାଳଚେର ସହରରେ ମାଟି ଦବିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.