ମୟୂରଭଞ୍ଜ ବିଜାତଳା ବ୍ଲକ ୩୨ନମ୍ବର ଜୋନ୍‌ରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ

ମୟୂରଭଞ୍ଜ(କେନ୍ୟୁଜ୍) : ଆଜି ମୟୂରଭଞ୍ଜ ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା ବ୍ଲକ ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ନିଆଯାଉଛି । ଦିନ ୧୨ଟା ପର‌୍ୟ୍ୟନ୍ତ ଚାଲିବ ମତଦାନ । ଆସନ୍ତାକାଲି ଭୋଟଗଣତି ପରେ ଫଳାଫଳ ଘୋଷଣା କରାଯିବ । ବିଜାତଳା ବ୍ଲକ ୩୨ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଦସ୍ୟ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଛୋଟରାୟ ମାରାଣ୍ଡିଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ହେଉଛି ।

କକଏହି ଜୋନ୍‌ରେ ୫ ଟି ଗ୍ରାମ ପଞ୍ଚାୟତର ୮୨ଟି ବୁଥ୍‌ରେ ପାଖାପାଖି ୨୩ ହଜାର ଭୋଟର ଅଛନ୍ତି । ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟର ସଂଖ୍ୟା ଅଧିକ । ବଣକାଟି ଓ ରାଇହରୀ ପଞ୍ଚାୟତରେ ଅଧିକ ସଂଖ୍ୟକ ଭୋଟର ଅଛନ୍ତି । ଏହି ଜିଲ୍ଲା ପରିଷଦ ଜୋନକୁ ଅକ୍ତିଆର କରିବା ପାଇଁ ସବୁ ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରଚାର କରିଥିଲେ । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ସରପଞ୍ଚ ଓ ୮ଟି ପଞ୍ଚାୟତ ସମିତି ସଦସ୍ୟ ପଦ ପାଇଁ ଆଜି ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

ମାହାଙ୍ଗା ବାସୁଦେବପୁରରେ ସରପଞ୍ଚ ଉପନିର୍ବାଚନ :

voteସେହିପରି କଟକ ଜିଲ୍ଲା ମାହାଙ୍ଗା ବାସୁଦେବପୁରରେ ସରପଞ୍ଚ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ। ୩୬ଶହ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି। ୨୦ଟି ୱାର୍ଡକୁ ନେଇ ବାସୁଦେବପୁର ପଂଚାୟତ ଗଠିତ। ସରପଞ୍ଚଙ୍କ ଦେହାନ୍ତ ପରେ ଏହି ଉପନିର୍ବାଚନ ହେଉଛି ।

ଯାଜପୁର ବଡଚଣା ବ୍ଲକ ଗୋପାଳପୁର ପଞ୍ଚାୟତ ସମିତିସଭ୍ୟ ଉପନିର୍ବାଚନ :

vote2ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଗୋପାଳପୁର ପଞ୍ଚାୟତ ସମିତିସଭ୍ୟ ଉପନିର୍ବାଚନ ପାଇଁ ମଧ୍ୟ ଭୋଟଗ୍ରହଣ ଚାଲିଛି। ୨୩ଟି ବୁଥରେ ୪ ହଜାର ୮୦୦ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି। ଭୋଟିଂ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.