ମହିଳା ସଂରକ୍ଷଣ ବିଲ୍‌ ପ୍ରତି ସମର୍ଥନ ଜୁଟାଇବା ଲକ୍ଷ୍ୟ, ସଂସଦର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ୨୨ଟି ଦଳର ନେତାଙ୍କୁ ଭେଟିବେ ବିଜେଡି ପ୍ରତିନିଧି

ଭୁବନେଶ୍ବର(କେନ୍ୟୁଜ୍) : ସଂସଦରେ ମହିଳା ସ୍ଥାନ ସଂରକ୍ଷଣ ବିଲ୍‌ ପାସ୍‌ ପାଇଁ ସମର୍ଥନ ଜୁଟାଇବାକୁ ବିଜେଡି ପକ୍ଷରୁ ଅଭିଯାନ କରାଯିବ । ଏନେଇ ବିଜେଡିର ପ୍ରତିନିଧି ଦଳ ୨୨ଟି ରାଜନୈତିକ ପାର୍ଟିକୁ ଭେଟିବେ । ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ସଂସଦରେ ମହିଳା ସ୍ଥାନ ସଂରକ୍ଷଣ ବିଲ୍‌ ପାସ୍‌ ପାଇଁ ବିଭିନ୍ନ ରାଜନୈତିକ ଦଳର ସମର୍ଥନ ପାଇଁ ବିଜେଡି ପକ୍ଷରୁ ଅଭିଯାନ କରାଯିବ । ଏଥିପାଇଁ ସଂସଦର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ୭ଟି ଜାତୀୟ ଓ ୧୫ ଆଞ୍ଚଳିକ ଦଳ କର୍ମକର୍ତ୍ତାଙ୍କୁ ଭେଟି ସମର୍ଥନ ଲୋଡ଼ିବ ବିଜେଡି ।

NVVବିଜେଡିର ସ୍ୱତନ୍ତ୍ର ପ୍ରତିନିଧି ଦଳ ପୃଥକ ପୃଥକ ଭାବେ ବିଭିନ୍ନ ଦଳର ମୁଖିଆ ଓ କର୍ମକର୍ତ୍ତାଙ୍କୁ ଭେଟିବେ । ଆସନ୍ତା ୧୧ ତାରିଖରୁ ଏହି ଅଭିଯାନ ଆରମ୍ଭ ହେବ । ବିଧାନସଭାର ଗତ ଶୀତ ଅଧିବେଶନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏହାପରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ପାଇଁ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.