Below header

ରାଜଗାଙ୍ଗପୁର ଥାନା ହାଜତ ଭିତରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ୧୮ ପ୍ଲାଟୁନ୍‌ ଫୋର୍ସ ମୁତୟନ

ସୁନ୍ଦରଗଡ଼(କେନ୍ୟୁଜ୍) : କେନ୍ୟୁଜ୍ ଥାନା ହାଜତ ଭିତରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଭିତରେ ଥିବା ପାଇଖାନାରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ରାଜଗାଙ୍ଗପୁର ଥାନା କୁରୁମୁରୁ ଅଞ୍ଚଳ ରାଇକାକଛ ଗାଁର ଜୟ ଲାକ୍ରା । ଜୟ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଜୟ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ଜୟଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ତଦନ୍ତ ଚାଲିଥିବାବେଳେ ଗତକାଲି ରାତିରେ ସେ ଆତ୍ମହତ୍ୟା କରିଛନ୍ତି। ସେପଟେ ମୃତ କଏଦୀଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି ପୋଲିସ ମାଡରେ ଜୟଙ୍କ ମୃତ୍ୟୁ ହୋଇଛି।     ୧ ତାରିଖରୁ ଜୟଙ୍କୁ ଥାନାକୁ ଆଣି ୫ ତାରିଖ ପର‌୍ୟ୍ୟନ୍ତ କାହିଁକି ରଖାଗଲା ସେନେଇ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ୧୮ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ସୁନ୍ଦରଗଡ଼ ଏସ୍‌ପି ଓ ପଶ୍ଚିମାଞ୍ଚଳ ଆଇଜି କବିତା ଜଲାନ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ପୋଷ୍ଟମୋର୍ଟମ ପରେ ଦୋଷୀ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.