Below header

ଆଜି ହକି ବିଶ୍ୱକପ୍‌ରେ ଦୁଇଟି ମ୍ୟାଚ : ସ୍ପେନ୍‌ ଓ ନ୍ୟୁଜିଲାଣ୍ଡ ଏବଂ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ମୁକାବିଲା

ଭୁବନେଶ୍ବର(କେନ୍ୟୁଜ୍) : ଆଜି ହକି ବିଶ୍ୱକପ୍‌ରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ସ୍ପେନ୍‌ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ସେହିପରି ଦ୍ୱିତୀୟ ମ୍ୟାଚରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ଭେଟିବ ଫ୍ରାନ୍ସ । ଗ୍ରୁପ୍‌ ଏ-ପଏଣ୍ଟ ଟେବୁଲରେ ଆର୍ଜେଣ୍ଟିନା ଶୀର୍ଷରେ ରହିଛି । ତେଣୁ ଆଜିର ମ୍ୟାଚ ଅନ୍ୟ ତିନୋଟି ଦଳ ପାଇଁ କର ବା ମର ପରିସ୍ଥିତି ସଦୃଶ ରହିଛି । ସେପଟେ ଗତକାଲି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ନେଦରଲ୍ୟାଣ୍ଡକୁ ୪-୧ ଗୋଲରେ ପରାସ୍ତ କରିଛି ଜର୍ମାନୀ । ସେହିଭଳି ପାକିସ୍ତାନ ଓ ମାଲେସିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ ୧-୧ ଗୋଲରେ ଡ୍ର ରହିଛି । ଫଳରେ କ୍ୱାର୍ଟରଫାଇନାଲ ପ୍ରବେଶ କରିବା ଉଭୟ ଦଳ ପାଇଁ ସମ୍ଭାବନା କମ୍‌ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.