ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଆଚ୍ଛାଦିତ ହୋଇରହିବ କୁହୁଡ଼ି, ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ଆରମ୍ଭ ହୋଇଗଲାଣି ଶୀତର ଅନୁଭୂତି । ତା ସାଙ୍ଗକୁ ଘନ କୁହୁଡି। ଅଧିକାଂଶ ସ୍ଥାନରେ ସକାଳ ୧୦ଟା ପର୍ଯ୍ୟନ୍ତ ଯାତାୟତରେ ବାଧା ସୃଷ୍ଟି ହେଉଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଏଭଳି କୁହୁଡି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇରହିଛି ଦୈତନଗରୀ ଭୁବନେଶ୍ୱର ଓ କଟକ। କୁହୁଡ଼ିର ବହଳିଆ ଆସ୍ତରଣ ଯୋଗୁଁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୃଶ୍ୟମାନ କ୍ଷମତା କମିଆସିଥିବାରୁ ଅନେକ ସ୍ଥାନରେ ରାସ୍ତାରେ ୨୦ମିଟର ଦୂରରୁ ଆସୁଥିବା ଗାଡ଼ି ମଟର ଚଳାଚଳରେ ସମସ୍ୟା ଉପୁଜିଥିଲା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.