Below header

ଶନି ଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ଦାନ କରନ୍ତୁ କଳା ଚପଲ

ଶନିବାର ଦିନ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ଅନେକ ପ୍ରକାର ଉପାୟ ଆପଣାଇଥାନ୍ତି। କିଏ ଶନି ଦେବଙ୍କ ଉପରେ ସୋରିଷ ତେଲ ଅର୍ପଣ କରିଥାଏ ତ କିଏ କଳା ରଙ୍ଗର ଜିନିଷ ଦାନ କରିଥାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିବାର ଦିନ କୌଣସି ଗରୀବ କିମ୍ବା ଆବଶ୍ୟକ ଥିବା ଲୋକଙ୍କୁ କଳା ଚପଲ ଦାନ କରିବା ଦ୍ୱାରା ଭାଗ୍ୟର ଦ୍ୱାର ଖୋଲିଯାଇଥାଏ। ତେବେ ଜାଣନ୍ତୁ ଶନିବାର ଦିନ ଶନି ଦୋଷ ଦୂର କରିବା ପାଇଁ କଣ କରିବା ଉଚିତ।

-ମାନ୍ୟତା ଅନୁଯାୟୀ ଶନିବାର ଦିନ କୌଣସି ଗରୀବ ବ୍ୟକ୍ତିଙ୍କୁ କଳା ରଙ୍ଗର ଚପଲ ଦେବା ଦ୍ୱାରା ଶନି ଦୋଷ ଦୂର ହୋଇଯାଇଥାଏ। ଏଥିସହ ଶନିଙ୍କର ନକରାତ୍ମକ ପ୍ରଭାବ ମଧ୍ୟ ପଡିନଥାଏ।

sani-କରଜରୁ ମୁକ୍ତି ଚାହୁଁଥିଲେ ଶନିବାର ଦିନ ନିଜ ଉଚ୍ଚତା ସମାନର ଗୋଟିଏ କଳା ସୁତା କାଟି ପାଣି ଥିବା ନଡିଆରେ ବାନ୍ଧି ପ୍ରବାହିତ କରିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣ ଜଲଦି କରଜ ମୁକ୍ତ ହୋଇପାରିବେ।

-ଶନିଙ୍କ ନକରାତ୍ମକ ପ୍ରଭାବରୁ ରକ୍ଷା ପାଇବା ପାଇଁ କଳା ରଙ୍ଗର କପଡାରେ ଭିଜା ଯାଇଥିବା କଳା ଚଣା ଏବଂ କୋଇଲା ଖଣ୍ଡ ବାନ୍ଧି କୌଣସି ନଦୀରେ ପ୍ରବାହିତ କରି ଦିଅନ୍ତୁ।

-ଶନି ମହାଦଶାରେ ପିଡୀତ ଥିବା ଲୋକମାନେ ମୁକ୍ତି ପାଇବା ପାଇଁ ମଧ୍ୟମା ଆଙ୍ଗୁଳିରେ କଳା ଘୋଡାର ନାଲ ପିନ୍ଧିବା ଉଚିତ। ଧ୍ୟାନ ରଖନ୍ତୁ ଏହାକୁ ଧାରଣ କରିବା ପୂର୍ବରୁ ଶୁକ୍ରବାର ଦିନ ଗଙ୍ଗାଜଳ ଏବଂ କ୍ଷୀରରେ ବୁଡାଇ ରଖନ୍ତୁ।

-କୌଣସି କାମରେ ବାଧା ଦେଖାଦେଉଥିଲେ କଳା ରାଶିରେ ୭ଟି ଲଡୁ ପ୍ରସ୍ତୁତ କରି କଳା କୁକୁରକୁ ଖାଇବାକୁ ଦିଅନ୍ତୁ।

sani dev--ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଅଶ୍ୱଥ ଗଛ ମୂଳରେ କ୍ଷୀର ଅର୍ପଣ କରନ୍ତୁ। ଏଭଳି ପକ୍ରିୟା ୭ଥର କରନ୍ତୁ। ଏପରି କରିବା ଦ୍ୱାରା ଶନିଙ୍କ କରାପ ନଜର ଆପଣଙ୍କ ଉପରେ ପଡ଼ିନଥାଏ।

-ଜୀବନରେ ସଫଳତା ଏବଂ ନଜର ଦୋଷରୁ ରକ୍ଷା ପାଇବା ପାଇଁ ଶନିବାର ଦିନ ଆପଣ ନିଜ ହାତର ଲମ୍ବା ଅନୁସାରେ ୧୯ ଗୁଣ ଲମ୍ବାର ଏକ କଳା ଫିତା ଆଣି ଏହାକୁ ନିଜ ବେକରେ ପିନ୍ଧନ୍ତୁ।

ଏହାସହ ପଢନ୍ତୁ: ଘରର କେଉଁ ଦିଗରେ ଲଗାଇବେ କେଉଁ ପ୍ରକାର ତାଲା, ଜାଣନ୍ତୁ ଏ ସମ୍ପର୍କିତ ବାସ୍ତୁ ଟିପ୍ସ

-ଶନି ଦୋଷରୁ ରକ୍ଷା ପାଇବା ପାଇଁ ଗହମ ଅଟାରେ ଦୁଇଟି ରୁଟି ପ୍ରସ୍ତୁତ କରି ଗୋଟିଏ ରୁଟିରେ ସୋରିଷ ତେଲ ଲଗାନ୍ତୁ ଏବଂ ଅନ୍ୟ ଗୋଟିଏ ରୁଟିରେ କିଛି ମିଠା ରଖି ଦିଅନ୍ତୁ। ଏହାପରେ ତେଲ ଲଗାହୋଇଥିବା ରୁଟିକୁ କଳା ଗାଈ ଏବଂ ଅନ୍ୟ ରୁଟି ଟିକୁ ଧଳା ଗାଈକୁ ଖୁଆନ୍ତୁ।

-ଶନିବାର ଦିନ ଶନିଦେବଙ୍‌କୁ ସୋରିଷ ତେଲ ଅର୍ପଣ କରନ୍ତୁ। ଏହି କାମ ଲଗାତାର ୪୩ ଟି ଶନିବାର ଦିନ ସକାଳେ କରିବା ଦ୍ୱାରା ଅଟକି ରହିଥିବା କାମ ସହଜରେ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.