Below header

୨୦୨୩ ପୁରୁଷ ବିଶ୍ୱକପ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ସଙ୍କଳ୍ପ ପତ୍ର ଗୃହରେ ଗୃହୀତ

ଭୁବନେଶ୍ବର: ୨୦୨୩ ପୁରୁଷ ବିଶ୍ୱକପ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ସଙ୍କଳ୍ପ ପତ୍ର ଗୃହରେ ଗୃହୀତ ହୋଇଛି । ଧନ୍ୟବାଦ ପ୍ରସ୍ତାବ ଆଣିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପୁରୁଷ ବିଶ୍ୱକପ୍‌ ହକି ପରି ଏକ ମର୍ଯ୍ୟାଦାଜନକ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବା ଯେକୌଣସି ଦେଶ ପକ୍ଷରେ ଗୌରବର ବିଷୟ ।

assembly ୨୦୧୮ ନଭେମ୍ବରରେ ଓଡ଼ିଶା ପୁରୁଷ ବିଶ୍ୱକପ ହକିର ସଫଳ ଆୟୋଜନ କରି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ୨୦୨୩ ପୁରୁଷ ବିଶ୍ୱକପ ହକିର ଆୟୋଜନ ଦାୟିତ୍ୱ ପୁନର୍ବାର ଓଡ଼ିଶା ଉପରେ ନ୍ୟସ୍ତ କରିଛି । ଦେଶର କ୍ରୀଡା ଇତିହାସରେ ଏହା ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି । ଏଥିପାଇଁ ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଯାଇଛି । ଏହାସହ ବିଶ୍ୱକପର ସଫଳତା କାମନା କରିଛି ଗୃହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.