ଆଜି ଫେକ୍‌ କିଡନାପ ଘଟଣାର ଖଳନାୟକ ଚିକୁନକୁ କରାଯିବ କୋର୍ଟ ଚାଲାଣ

ଭୁବନେଶ୍ବର(କେନ୍ଯୁଜ୍): ଫେକ୍‌ କିଡନାପ ଘଟଣାର ଖଳନାୟକ ଗିରଫ । ବନ୍ଧା ହେଲେ ପତିତପାବନ ପୃଷ୍ଟି ଓରଫ ଚିକୁନ୍‌ । ଆଜି ଚିକୁନକୁ କୋର୍ଟ ଚାଲାଣ କରାଯିବ । ବନ୍ଧା ହେଲେ ପତିତପାବନ ପୃଷ୍ଟି ଓରଫ ଚିକୁନ୍‌ । ତେବେ ଅଧିକାରକୁ ନେଇ ଦୁଇ ଯୁବତୀଙ୍କ ଭିତରେ ଚାଲିଛି ଟଣାଓଟରା । ପତ୍ନୀ ଅହଲ୍ୟା କହିଛନ୍ତି, ଚିକୁନ କେବଳ ତାଙ୍କର । ସ୍ୱାମୀ ତାଙ୍କର ନ ହେଲେ କେସ୍‌ କରିବେ । ସେହିପରି ଚିକୁନର ମାଆ ମଧ୍ୟ କହିଛନ୍ତି, ମୋ ପୁଅ ମୋ ବୋହୂ ସାଙ୍ଗରେ ରହୁ ।

ତେବେ ସବୁ ଜାଣି ଯୁବତୀ ଜଣକ ଚିକୁନ ସାଙ୍ଗରେ ଫେରାର ହୋଇଥିବା କହି ତା ଉପରେ ଦୋଷ ଲଦିଛନ୍ତି । ଅନ୍ୟପଟେ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ପଚରାଉଚରା ସହ ସିଆରପିସିର ୧୬୧ରେ ବୟାନ ରେକର୍ଡ କରାଯାଇଛି । ନିଜ ଇଚ୍ଛାରେ ଚିକୁନ ସହ ଯାଇଥିବା ଯୁବତୀ ଜଣଙ୍କ ପୋଲିସକୁ କହିଛନ୍ତି ।

ଚିକୁନର ପତ୍ନୀ ଅହଲ୍ୟା ଓ ପ୍ରେମିକା ଗୋଟିଏ କଲେଜରେ ପଢୁଥିଲେ । ଗୋପ ଅଞ୍ଚଳର ସଂପୃକ୍ତ ଯୁବତୀଙ୍କୁ ସେ ୭ ବର୍ଷ ହେଲା ଭଲ ପାଇ ଆସୁଥିଲା । ବର୍ଷକ ତଳେ ଅହଲ୍ୟାଙ୍କୁ ପ୍ରେମ ବିବାହ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.