ସୁନ୍ଦରଗଡ଼ ରାଣୀବଗିଚା ବାଇପାସ୍ ନିକଟରେ ଟ୍ରକ୍ ପଛରେ ପିଟିଲା ଟ୍ରକ୍, ୨ ମୃତ
ସୁନ୍ଦରଗଡ(କେନ୍ଯୁଜ୍): ଟ୍ରକ୍ ପଛରେ ପିଟିହେଲା ଟ୍ରକ୍ । ଦୁର୍ଘଟଣାରେ ୨ ମୃତ। ସୁନ୍ଦରଗଡ଼ ରାଣୀବଗିଚା ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଝାରସୁଗୁଡ଼ାରୁ ପିଡିଏସ୍ ଚାଉଳ ବୋଝେଇ କରି ରାଉରକେଲା ଯାଉଥିବା ଏକ ଟ୍ରକର ଚକ ଫାଟି ଯାଇଥିଲା। ଫଳରେ ପଛରେ ଥିବା ଟ୍ରକ ଆଗ ଟ୍ରକକୁ ଧକ୍କା ଦେଇଥିଲା।
ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ସମେତ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ ଭିତରୁ ମୃତଦେହ ବାହାର କରିବା ସମ୍ଭବ ହୋଇନଥିଲା। ଗ୍ୟାସ କଟର ସାହାଯ୍ୟରେ ଟ୍ରକ କଟାଯାଇ ମୃତଦେହ ୨ଟି ବାହାର କରାଯାଇଥିଲା। ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।