କଣ୍ଟାବାଞ୍ଜିରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମନ୍ତ୍ରୀ ସୁଶାନ୍ତ ସିଂ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ଅନେକ ପ୍ରକଳ୍ପର ଶୁଭାରମ୍ଭ କଲେ ମନ୍ତ୍ରୀ ସୁଶାନ୍ତ ସିଂ। ମନ୍ତ୍ରୀ ପ୍ରଥମେ କଣ୍ଟାବାଞ୍ଜି ନିକଟସ୍ଥ ଚଟୁଅନକା୍ ଅଞ୍ଚଳରେ ଥିବା ୧୩୨/୩୩ ବିଦ୍ୟୁତ ଗ୍ରିଡ୍ ସବଷ୍ଟେଶନ ଉଦଘାଟଣ କରିବା ପରେ ସେଠାରେ ନବନିର୍ମିତ କମ୍ୟୁନିଟି ସେଣ୍ଟର, ୱାର୍ଡ ନଂ ୮ ଆନନ୍ଦ ନଗର ର ବାଲ ଗୋପାଲ ଗୋଷ୍ଠି କେନ୍ଦ୍ର, ହେମାଲ ସଂଘର ଭବନ ଆଦିର ଉଦଘାଟନ କରିଥିଲେ ।

ମନ୍ତ୍ରୀଙ୍କ ଏହି କାର୍ୟ୍ୟକ୍ରମରେ ତାଙ୍କ ସହ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ, ତହସିଲଦାର ସୁବାସ ସେଠିଆ, ଅତିରିକ୍ତ ତହସିଲଦାର ନରୋର୍ତମ ମାଝି, ବିଦ୍ୟୂତଲତା ନାଗ ,ଚଟୁଅନକା ସରପଞ୍ଚ ସସ୍ମିତା ମହାନନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।

ସେହିପରି ହେମାଲ ସଂଘ ଭବନ ଶୁଭାରମ୍ଭରେ ମନ୍ତ୍ରୀ ଏବଂ ବିଧାୟକଙ୍କ ସହ ସଂଘ ସଭାପତି ଶେଷଦେବ ପଟେଲ, ଉପସଭାପତି ବିଦେଶୀ ବେହେରା, ସଂପାଦକ ବିସଗ ବେହେରା, କୋଷାଧକ୍ଷ ଝଜମନ ପୁଟେଲ, ସହ ସଂପାଦକ ଦେବରାଜ ବେହେରା, କିଶୋର ଭାଟି ସହ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.