ପତ୍ନୀ ପ୍ରେମ ! ଐଶ୍ବର୍ୟ୍ୟାଙ୍କ ପାଇଁ ଏହି ଅଭିନେତ୍ରୀଙ୍କ ସହ ଅଭିନୟ କରିବେ ନାହିଁ ଅଭିଷେକ ବଚ୍ଚନ

ମୁମ୍ବାଇ : ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଅନେକ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି । ଏବେ ପୁଣିଥରେ ମିଡ଼ିଆରେ ଚର୍ଚ୍ଚାର ଆସିଛନ୍ତି ପ୍ରିୟଙ୍କା । ଏଥର ଅନ୍ୟ କିଛି କାରଣରୁ ନୁହଁ ବରଂ ବଲିଉଡର ଜୁନିୟର ବଚ୍ଚନ ଅଭିଷେକଙ୍କ ପାଇଁ ଚର୍ଚ୍ଚାରେ ରହିଛନ୍ତି ସେ । ସୂଚନା ଅନୁଯାୟୀ ନିର୍ଦ୍ଦେଶିକା ସୋନାଲି ବୋସ ଅଭିଷେକ ଏବଂ ପ୍ରିୟଙ୍କାଙ୍କୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚିନ୍ତା କରୁଥିଲେ । ଏହି ଚଳଚ୍ଚିତ୍ରଟି କାହାଣୀ ୧୩ ବର୍ଷର ଲାଇଲାଜ ରୋଗ ପୀଡ଼ିତା ଉପରେ ଆଧାରିତ ଥିଲା । କିନ୍ତୁ ଅଭିଷେକ ଯେତେବେଳେ ତାଙ୍କ ବିପକ୍ଷରେ ପ୍ରିୟଙ୍କା ଅଭିନୟ କରିବା କଥା ଶୁଣିଥିଲେ ସେ ଚଳଚ୍ଚିତ୍ର ପାଇଁ ମନା କରିଦେଇଥିଲେ । ତେବେ ଏହା ପଛରେ ଅଭିଷେକଙ୍କ ପତ୍ନୀ ଅଭିନେତ୍ରୀ ଐଶ୍ବର୍ୟ୍ୟ ରାଏ ବଚ୍ଚନ ରହିଥିବା ସୂଚନାରୁ ଜଣାପଡ଼ିଛି।

ମିଡ଼ିଆ ରିପୋର୍ଟ ମୁତାବକ , ଅଭିନେତ୍ରୀ ଐଶ୍ବର୍ୟ୍ୟା ଚାହୁନାହାନ୍ତି କି ତାଙ୍କ ସ୍ବାମୀ ନିର୍ଦ୍ଦେଶିକା ସୋନିଲି ବୋସଙ୍କ ଚଳଚ୍ଚିତ୍ରରେ ଅଭିନୟ କରନ୍ତୁ । କାରଣ ଚଳଚ୍ଚିତ୍ରରେ ତାଙ୍କ ଚରିତ୍ରର ମହତ୍ତ୍ବ ଅଧିକ ନଥିବା ବେଳେ ବର୍ତ୍ତମାନ ସମୟରେ ଏଭଳି ଚଳଚ୍ଚିତ୍ର ଚୟନ କରିବା ଅଭିଷେକଙ୍କ ପାଇଁ ମୁର୍ଖାମୀ ଐଶ୍ବର୍ୟ୍ୟା କହିଥିବା ସୂଚନାରୁ ଜଣାପଡ଼ିଛି। ତେବେ ପ୍ରିୟଙ୍କାର ଉପସ୍ଥିତି ମଧ୍ୟ ଅଭିଷେକଙ୍କ ଚଳଚ୍ଚିତ୍ର ମଞ୍ଜୁର ନକରିବାର କାରଣ ବୋଲି ଜଣାପଡ଼ିଛି। ତେବେ ଏନେଇ କୌଣସି ସତ୍ୟତା ପ୍ରମାଣିତ ହୋଇନାହିଁ ।

Leave A Reply

Your email address will not be published.