ଆମ୍ବ ଖାଇବା ପରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଖାଦ୍ୟ !!

ଖରା ଦିନେ ମିଳୁଥିବା ଫଳ ମାନଙ୍କ ମଧ୍ୟରେ ବହୁ ସ୍ବାଦିଷ୍ଟ ହୋଇଥାଏ ଆମ୍ବ । ଏହା ଖାଇବା ପାଇଁ ସୁଆଦିଆ ହେବା ସହ ସ୍ବସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଆମ୍ବରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସସାଇଡ଼ , ପ୍ରୋଟିନ୍ , ଭିଟାମିନ୍ ଏ, ବି , ସି ଆଦି ରହିଥାଏ। ଆମ୍ବର ଏହି ପୋଷକ ଗୁଡ଼ିକ ଶରୀର ସୁସ୍ଥ ରଖିବା ସହ ବିଭିନ୍ନ ପ୍ରକାରର ରୋଗରୁ ମଧ୍ୟ ରକ୍ଷା କରିଥାଏ । କିନ୍ତୁ ଅପଣ ଜାଣିଛନ୍ତି ଆମ୍ବ ଖାଇବାର ତୁରନ୍ତ ପରେ କିଛି ଖାଦ୍ୟ ଖାଇବା ଶରୀର ପାଇଁ ହାନିକାରକ ହୋଇଥାଏ । ଆସନ୍ତୁ ଆମ୍ବ ଖାଇବା ପରେ କଣ ଗ୍ରହଣ ଅନୁଚିତ୍ ।

ଆମ୍ବ ଖାଇବାର ତୁରନ୍ତ ପରେ କଲରା ଖାଇବା ଉଚିତ୍ ନୁହଁ । କାରଣ ଆମ୍ବର ସ୍ବାଦ ମିଠା ଏବଂ କଲରାର ପିତା ହୋଇଥାଏ । ଏହି ଦୁଇ ଜିନିଷକୁ ଏକା ସାଙ୍ଗରେ ଖାଇବା ଦ୍ବାରା ଶରୀରରେ ଏକ ପ୍ରକାରର ବିଷ ସୃଷ୍ଟି ହୋଇଥାଏ ଯାହା ବାଣ୍ଟି , ପେଟ ଖରାପ ଆଦି ସମସ୍ୟାର କାରଣ ପାଲଟିଥାଏ । ଏହା ଦ୍ବାରା ଶ୍ବାସ ଜନିତ ସମସ୍ୟା ଉପୁଜୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ ।

କେବେ ମଧ୍ୟ ଭୁଲରେ ଆମ୍ବ ଖାଇବାର ୩-୪ ଘଣ୍ଟା ମଧ୍ୟରେ କଞ୍ଚାଲଙ୍କା କିମ୍ବା ଦହିର ସେବନ କରନ୍ତୁ ନାହିଁ । ଏହା ଦ୍ବାରା ଖାଦ୍ୟ ବିଷାକ୍ତ ହେବା ସହ ଆପଣ ଅସୁସ୍ଥ ଅନୁଭବ କରିଥାନ୍ତି । ଏହା ଦ୍ବାରା ପେଟ ପୋଡ଼ା ସହ ବିଭିନ୍ନ ପ୍ରକାରର ରୋଗ ଦେଖାଯାଇଥାଏ । ଖାଲି ସେତିକି ନୁହଁ ଏହା ଦ୍ବାରା ପାଚନ ପ୍ରକ୍ରିୟାରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.