ମହାରାଷ୍ଟ୍ରରେ ଖୋଲିବ କିସ୍ ଶାଖା : ବିକ୍ରମଗଡ଼ ଜମ୍ଭା ଗାଁରେ ଭୂମି ପୂଜନ

ଲାୟନ୍ସ ମୁମ୍ବାଇ ଚଏସ୍‌ ଫାଉଣ୍ଡେସନ୍‌ ସହଯୋଗରେ ଲାୟନ୍ସ ଚଏସ୍‌ କିସ୍‌ ଆବାସିକ ବିଦ୍ୟାଳୟ ନାମରେ କିସ୍‌ର ଏହି ଶାଖା ଖୋଲିବ ।

ମୁମ୍ବାଇ : ମହାରାଷ୍ଟ୍ରରେ ଖୋଲିବ କିସ୍‌ ଶାଖା । ଏଥିପାଇଁ ଆଜି ଅନୁଷ୍ଠିତ ହୋଇଛି ଭୂମି ପୂଜନ କାର୍ଯ୍ୟକ୍ରମ । ମହାରାଷ୍ଟ୍ର ବିକ୍ରମଗଡ଼ ଅନ୍ତର୍ଗତ ଜମ୍ଭା ଗାଁରେ ଭୂମି ପୂଜନ କରାଯାଇଛି । ଲାୟନ୍ସ ମୁମ୍ବାଇ ଚଏସ୍‌ ଫାଉଣ୍ଡେସନ୍‌ ସହଯୋଗରେ ଲାୟନ୍ସ ଚଏସ୍‌ କିସ୍‌ ଆବାସିକ ବିଦ୍ୟାଳୟ ନାମରେ କିସ୍‌ର ଏହି ଶାଖା ଖୋଲିବ । ଭୂମି ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । କିସ୍‌-ମହାରାଷ୍ଟ୍ର ଶାଖାର ସମସ୍ତ ଭିତ୍ତିଭୂମି ଓ ନିର୍ମାଣ ଖର୍ଚ୍ଚ ଲାୟନ୍ସ ମୁମ୍ବାଇ ଚଏସ୍‌ ଫାଉଣ୍ଡେସନ୍‌ ବହନ କରିବ ।

kissଏଥିପାଇଁ ପ୍ରାରମ୍ଭିକ ବ୍ୟୟ ଅଟକଳ ୬୦ କୋଟି ଟଙ୍କା ରଖାଯାଇଛି । ଲାୟନ୍ସ ଚଏସ୍‌ କିସ୍‌ ଆବାସିକ ବିଦ୍ୟାଳୟରେ ୫ ହଜାର ଅବହେଳିତ ଛାତ୍ରଛାତ୍ରୀ ମାଗଣାରେ ରହି ପାଠ ପଢ଼ିବାର ସୁଯୋଗ ପାଇବେ । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ୫ ବର୍ଷ ହେବ ମହାରାଷ୍ଟ୍ରରେ କିସ୍‌ର ଏକ ଶାଖା ଖୋଲିବା ପାଇଁ ଯେଉଁ ଉଦ୍ୟମ କରିଥିଲେ ତାହା ଫଳପ୍ରଦ ହେବାକୁ ଯାଉଛି । ସେହିପରି କିସ୍‌-ମହାରାଷ୍ଟ୍ର ଶାଖା ଖୋଲିବାରେ ଲାୟନ୍ସ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ସୁନୀଲ ପାଟୋଡିଆଙ୍କ ସହଯୋଗ ପାଇଁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.