ମହାକାଳପଡ଼ା: ବନ ବିଭାଗ ପକ୍ଷରୁ ଜଙ୍ଗଲ ଜମିରେ ଚାଲିଥିବା ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ମହାକାଳପଡ଼ା: ଜଙ୍ଗଲ ଜମିରେ ଥିବା ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ବନ ବିଭାଗର ପ୍ରୟାସ। କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବର୍ଷବର୍ଷ ଧରି ଜଙ୍ଗଲ ଜମିରେ ଚିଙ୍ଗୁ଼ଡି ଘେରି କରିଛନ୍ତି ଚିଙ୍ଗୁଡ଼ି ମାଫିଆ। ଏଥିରୁ ମାଫିଆ ମାଲେମାଲ ହେଉଥିବା ବେଳେ ଏହାର କୁପ୍ରଭାବ କିନ୍ତୁ ପରିବେଶ ଉପରେ ପଡୁଛି।

ବେଆଇନ ଚିଙ୍ଗୁଡ଼ି ଘେରି ନିର୍ମାଣ ଦ୍ୱାରା ପରିବେଶ ସନ୍ତୁଳନ ବିଗୁଡୁଥିବା ବେଳେ ବନବିଭାଗ ଓ ରାଜସ୍ୱ ବିଭାଗର ଚିନ୍ତା ବଢିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବନ ବିଭାଗ ଓ ରାଜସ୍ୱ ବିଭାଗ ଗୋଟିଏ ପରେ ଗୋଟିଏ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଉଛି। ଉଚ୍ଛେଦ ଜମିକୁ ବନ ବିଭାଗ ନିଜ ଅଧିନକୁ ନେଉଥିବା ବେଳେ ସେଠାରେ ବୃକ୍ଷରୋପଣ କରି ଲୁଣାଜଙ୍ଗଲ ସୃଷ୍ଟି କରାଯିବ ବୋଲି କୁହାଯାଇଛି।

You might also like