Below header

ଭୁବନେଶ୍ୱର ଲୋୟର ପିଏମଜିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ୧୨୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ନବଉତ୍କଳର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ୧୨୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଛି । କାଯ୍ୟର୍କ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ , କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଯୋଗଦେଇଥିଲେ ।

ଏହି ଅବସରରେ ପ୍ରଥମେ ପାରମ୍ପରିକ ପାଇକ ଆଖଡା ନୃତ୍ୟ ଦେଖିବାକୁ ମିଳିଥିଲା । ଅତିଥିମାନେ ଡଃ ହରେକୃଷ୍ଣ ମହତାବଙ୍କ ଜୀବନୀ, ତ୍ୟାଗ ଓ ଜନହିତକାର କାର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ପରେ ପରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଡ. ହରକୃଷ୍ଣ ମହତାବ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିଭଳି ଡ. ମହତାବଙ୍କ ଜୟନ୍ତୀ ଏକ୍ରାମ ନିବାସରେ ପାଳିତ ହୋଇଛି । ଏହି କାର୍ଯକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଙ୍କ ସମେତ ବହୁ ବରିଷ୍ଟ ବ୍ୟକ୍ତି ଯୋଗଦେଇ ହରେକୃଷ୍ଣ ମହତାବଙ୍କ ସ୍ମୃତି ଚାରଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.