କମେଡି କୁଇନ ଭାରତୀ ସିଂହଙ୍କୁ ଘରୁ ଉଠାଇ ନେଲା ପୋଲିସ, ଆଜି ସକାଳେ ଘରୁ ମିଳିଥିଲା ଗଞ୍ଜେଇ

କମେଡି କୁଇନ ଭାରତୀ ସିଂହ ଗିରଫ। ଆଜି ସକାଳେ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇସ୍ଥିତ ଫ୍ଲାଟ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଚଢ଼ଉ କରିଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ ଗଂଜେଇ ଜବତ ହୋଇଥିଲା। ଡ୍ରଗ୍ସ ମାମଲାକୁ ନେଇ ଏହି ଚଢ଼ଉ କରାଯାଇଥିଲା । ତଦନ୍ତକାରୀ ସଂସ୍ଥା ଏନେଇ ସୂଚନା ଦେଇଥିଲା।

ସୂଚନାଯୋଗ୍ୟ ଯେ ଏନ୍‌ସିବି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗକୁ ନେଇ ଯାଞ୍ଚ ଚଳାଇଛି। ଏହି ମାମଲାରେ ବଲିଉଡ୍‌ର ଅନେକ କଳାକାରଙ୍କୁ ଇତିମଧ୍ୟରେ ପଚରାଉଚରା କରାସରିଲାଣି। ନିକଟରେ ଅର୍ଜୁନ୍‌ ରାମପାଲ୍‌ ଓ ଫିଲ୍ମ ନିର୍ମାତା ଫିରୋଜ ନାଡିୟାଡବାଲାଙ୍କ ଘରେ ମଧ୍ୟ ଏନ୍‌ସିବି ଚଢ଼ଉ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.