Below header

ପୁଣି Johnson & Johnson କୁ ନେଇ ଉଠିଲା ବିବାଦ, ୧୨୦ ମିଲିୟନ ଡଲାର ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ପ୍ରସିଦ୍ଧ ମଲ୍ଟି ନ୍ୟାସନାଲ କମ୍ପାନୀ ଜନସନ ଆଣ୍ଡ ଜନସନକୁ ନେଇ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି । ଏହି ବେବି ପାଉଡରରେ କ୍ୟାନ୍ସର ତତ୍ତ୍ୱ ଥିବା ନେଇ ପୂର୍ବରୁ ଅନେକ ବିବାଦ ମୁଣ୍ଡ ଟେକି ଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ନିକଟରେ ନ୍ୟୁୟର୍କର ଏକ ଅଦାଲତ କମ୍ପାନୀ ଉପରେ ୧୨୦ ମିଲିୟନ ଡଲାର ଟଙ୍କାର ଜୋରିମାନା ଲଗାଇଛନ୍ତି । ପ୍ରକୃତରେ ବୃକୋଳିନର ଜଣେ ମହିଳା ଓ ତାଙ୍କ ସ୍ୱାମୀ ଏହି ବେବି ପାଉଡରରେ କ୍ୟାନ୍ସର ତତ୍ତ୍ୱ ଥିବା ନେଇ ଆରୋପ ଆଣିଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ଦମ୍ପତ୍ତିଙ୍କୁ ୧୨୦  ମିଲିୟନ ଡ଼ଲାର ଜୋରିମାନା ଦେବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତିକି, ସେ ଦୀର୍ଘ ଦିନ ହେବ ଏହି ପାଉଡର ବ୍ୟବହାର କରି ଆସୁଥିଲେ । ଆଉ ଏହି କାରଣରୁ ହିଁ ତାଙ୍କ ଠାରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା ।

johnson

କୋର୍ଟରେ ମହିଳାଙ୍କ ଓକିଲ ଏହା ମଧ୍ୟ କହିଛନ୍ତିକି, ୧୯୭୦ ମସିହା ଠାରୁ କମ୍ପାନୀ ଏନେଇ ଅବଗତ ଥିଲେ ମଧ୍ୟ କୌଣସି ଆଖି ଦୃଶିଆ ପଦକ୍ଷେପ ନେଇନଥିଲେ । କମ୍ପାନୀର ଏପରି ବେପରୁଆ ନୀତି କାରଣରୁ ହିଁ କୋର୍ଟ ଏପରି ଏକ ବଡ ଆକାରର ଜୋରିମାନା ଲଗାଇଥିବା ନେଇ କହିଛନ୍ତି । କହିରଖିବା ଉଚିତ ହେବକି, ଚଳିତ ବର୍ଷ ଫେବୃଆରୀ ମାସରେ ଆମେରିକାର ଏକ କୋର୍ଟ ଜନସନ କମ୍ପାନୀ ଉପରେ ୪୭୫ କୋଟି ଟଙ୍କାର ଜୋରିମାନା ଲଗାଇଥିଲେ । ଖାଲି ସେତିକି ନୁହେଁ ଏନେଇ କମ୍ପାନୀ ଉପରେ ଏବେ ସୁଦ୍ଧା ପାଖପାଖି ୧୫ ହଜାର କେସ ଦାୟର ହୋଇ ସାରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.