କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର

ପୁଣି କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର। ଦିଲ୍ଲୀରେ ପୁରା ପରିବାର କଂଗ୍ରେସରେ ମିଶିଲେ। ପିସିସି ପ୍ରଭାରୀ ଅଜୟ କୁମାର ଓ ବରିଷ୍ଠ ନେତା ଅଜୟ ମାକେନଙ୍କ ଉପସ୍ଥିତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଓ ପୁଅ ଶିଶିର ଗମାଙ୍ଗ କଂଗ୍ରେସରେ ସାମିଲ ହୋଇଛନ୍ତି।

ଭୁବନେଶ୍ୱର (କେନ୍ୟୁଜ୍‌) : ପୁଣି କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର। ଦିଲ୍ଲୀରେ ପୁରା ପରିବାର କଂଗ୍ରେସରେ ମିଶିଲେ। ପିସିସି ପ୍ରଭାରୀ ଅଜୟ କୁମାର ଓ ବରିଷ୍ଠ ନେତା ଅଜୟ ମାକେନଙ୍କ ଉପସ୍ଥିତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଓ ପୁଅ ଶିଶିର ଗମାଙ୍ଗ କଂଗ୍ରେସରେ ସାମିଲ ହୋଇଛନ୍ତି। ସେହିପରି ପୂର୍ବତନ ସାଂସଦ ସଂଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଛନ୍ତି। କଂଗ୍ରେସ ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ କରାଯାଇଛି। ୨୦୧୫ ମସିହାରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ୨୦୨୩ ମସିହାରେ ବାପ-ପୁଅ ବିଜେପି ଛାଡ଼ି ଭାରତ ରାଷ୍ଟ୍ର ସମିତିରେ ସାମିଲ ହୋଇଥିଲେ। ଏବେ ଗମାଙ୍ଗ ପରିବାର ପୁଣି ଥିରେ କଂଗ୍ରେସକୁ ଫେରିଛନ୍ତି। ସେହିପରି ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ କଂଗ୍ରେସ ଟିକେଟରେ ୨୦୦୯ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ମସିହାରେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇନଥିଲା। ପରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.