Below header

ଓସଜା କ୍ରୀଡ଼ା ପୁରସ୍କାର ପାଇଲେ କିଶୋର ଜେନା ଓ ବିଜୟ ଶତପଥୀ

ଜାଭେଲିନରେ ଏସିଆଡ୍‌ ରୌପ୍ୟ ପଦକ ଜିତି ରାଜ୍ୟ ଓ ଦେଶକୁ ଗୌରବାନ୍ଵିତ କରିଥିବା କିଶୋରଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପୁରସ୍କୃତ କରାଯାଇଥିଲା ।

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓସଜା ପକ୍ଷରୁ ଆଜି ପ୍ରଦାନ କରାଯାଇଛି ବାର୍ଷିକ କ୍ରୀଡ଼ା ପୁରସ୍କାର । ଜାଭେଲିନରେ ଏସିଆଡ୍‌ ରୌପ୍ୟ ପଦକ ଜିତି ରାଜ୍ୟ ଓ ଦେଶକୁ ଗୌରବାନ୍ଵିତ କରିଥିବା କିଶୋରଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପୁରସ୍କୃତ କରାଯାଇଥିଲା । ସେହିପରି ଜୀବନ ବ୍ୟାପି ଅବଦାନ ପାଇଁ ଭାରୋତ୍ତୋଳନରେ ଅନେକ ପଦକ ଜିତିଥିବା ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ବିଜୟ ଶତପଥୀଙ୍କୁ ସମ୍ମାନିତ କରାଯାଇଛି ।

ଆଜି ଅପରାହ୍ନରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଓସଜା ସପ୍ତମ ବର୍ଷିକ କ୍ରୀଡ଼ା ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଲିମ୍ପିଅନ୍‌ ଅନୁରାଧା ବିଶ୍ୱଳ ମୁଖ୍ୟ ଅତିଥି, ଭାରୋତ୍ତୋଳକ ରବି କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓସଜାର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଅବସରରେ କିଶୋରଙ୍କ ସମେତ ତାଙ୍କ କୋଚ୍‌ ସମରଜିତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ଅସୁସ୍ଥତା ଯୋଗୁଁ ବିଜୟ ଶତପଥୀ ଯୋଗ ଦେଇ ପାରିନଥିଲେ । ତାଙ୍କ ପୁରସ୍କାର ଗ୍ରହଣ କରିଥିଲେ ରବି କୁମାର । ଓସଜାର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.