ଜାନୁୟାରୀ ୨୨ ପରେ ସପରିବାର ଅଯୋଧ୍ୟା ଯିବେ ଅରବିନ୍ଦ କେଜ୍ରିଓ୍ଵାଲ, କହିଲେ, ‘ଏ ପର୍ଯ୍ୟନ୍ତ ମିଳିନାହିଁ ନିମନ୍ତ୍ରଣ’

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଏ ପର୍ଯ୍ୟନ୍ତ ମିଳିନାହିଁ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାର ଔପଚାରିକ ନିମନ୍ତ୍ରଣ । ଏ ନେଇ ସିଏମ୍‌ କେଜ୍ରିଓ୍ଵାଲ କହିଛନ୍ତି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଫାଇନାଲ ନିମନ୍ତ୍ରଣ ମୋତେ ମିଳିନାହିଁ । କିନ୍ତୁ ମୁଁ ମୋ ମାଆବାପା ଏବଂ ପତ୍ନୀଙ୍କ ସହିତ ଜାନୁୟାରୀ ୨୨ ପରେ ଅଯୋଧ୍ୟା ଯିବି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଏ ପର୍ଯ୍ୟନ୍ତ ମିଳିନାହିଁ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାର ଔପଚାରିକ ନିମନ୍ତ୍ରଣ । ଏ ନେଇ ସିଏମ୍‌ କେଜ୍ରିଓ୍ଵାଲ କହିଛନ୍ତି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଫାଇନାଲ ନିମନ୍ତ୍ରଣ ମୋତେ ମିଳିନାହିଁ । କିନ୍ତୁ ମୁଁ ମୋ ମାଆବାପା ଏବଂ ପତ୍ନୀଙ୍କ ସହିତ ଜାନୁୟାରୀ ୨୨ ପରେ ଅଯୋଧ୍ୟା ଯିବି । ମୋ ମାଆବାପା ଅଯୋଧ୍ୟା ଯିବାକୁ ଚାହୁଁଛନ୍ତି ।

ସେ କହିଛନ୍ତି, ମୋତେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ତରଫରୁ ଏକ ପତ୍ର ମିଳିଛି । କିନ୍ତୁ ମୋତେ କୁହାଯାଇଥିଲା ଯେ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ବ୍ୟକ୍ତିଗତ ଭାବେ ମଧ୍ୟ ନିମନ୍ତ୍ରଣ ପଠାଯିବ, ଯାହା ଏ ପର୍ଯ୍ୟନ୍ତ ମିଳିନାହିଁ । ସୁରକ୍ଷା ଦୃଷ୍ଟିରୁ ଗୋଟିଏ ନିମନ୍ତ୍ରଣରେ କେବଳ ଜଣେ ହିଁ ବ୍ୟକ୍ତିଙ୍କୁ ଅଯୋଧ୍ୟା ଯିବା ପାଇଁ ଅନୁମତି ଦିଆଯାଇଛି । ଏହି କାରଣରୁ ମୁଁ ଜାନୁୟାରୀ ୨୨ରେ ପରେ ସପରିବାର ଅଯୋଧ୍ୟା ଯିବି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ମୋତେ ନିମନ୍ତ୍ରଣରେ କୌଣସି ଫରକ ପଡ଼େ ନାହିଁ । ମୁଁ ଅଯୋଧ୍ୟା ଯିବି । କହି ରଖୁଛୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରଥମ ଥର ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯିବାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଜାନୁୟାରୀ ୨୨ରେ ମୋତେ ନିଜ କାର୍ଯ୍ୟକ୍ରମ ଖାଲି ରଖିବାକୁ କୁହାଯାଇଥିଲା । ହେଲେ ଏ ପର୍ଯ୍ୟନ୍ତ କୌଣସି ନିମନ୍ତ୍ରଣ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.