Below header

ଶରତ ଋତୁରେ ବିଦାୟ ନେଲେ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ଶରତ କୁମାର କର, ରାଜନୈତିକ ମହଲରେ ଦୁଃଖର ଛାୟା

କେନ୍ୟୁଜ୍(ବ୍ୟୁରୋ): ପରଲୋକରେ ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମାହାଙ୍ଗା ବିଧାୟକ ଶରତ କୁମାର କର।  ଦୀର୍ଘଦିନ ହେବ ଅସୁସ୍ଥ  ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲର ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନରେ  ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁଅ ଶୋଭନ କର ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ବଭିନ୍ନ ରାଜନେତା ଦୁଃଖ ପ୍ରକାଶ କରିଛନ୍ତି ।

ଶରତ କୁମାର କର  ଓଡିଶାର ଜଣେ ରାଜନେତା ତଥା ଲେଖକ ଭାବେ ବେଶ୍ ଜଣା ଶୁଣା। ସେ ବିଜୁ ଜନତା ଦଳର ସଦସ୍ୟ ଥିଲେ। ୧୯୭୭ରୁ ୧୯୮୦ ଯାଏଁ ସେ  ଲୋକସଭାର ସଦସ୍ୟ ହୋଇଥିଲେ। ମହଙ୍ଗାରୁ ଓଡିଶା ବିଧାନସଭାକୁ ତିନିଥର (୧୯୭୧-୭୪, ୧୯୯୦–୯୫ ଓ ୨୦୦୦–୦୪) ନିର୍ବାଚିତ ହୋଇଥିଲେ। ୧୯୭୧  ମସିହାରେ ବିଶ୍ୱନାଥ ଦାସଙ୍କ ନେତୃତ୍ୱାଧୀନ ମିଳିତ ମଞ୍ଚରେ ଶ୍ରୀଯୁକ୍ତ କର ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ହୋଇଥିଲେ।   ଓଡିଶାର ରାଜନୈତିକ  ଇତିହାସରେ ଶ୍ରୀଯୁକ୍ତ କର ସବୁଠାରୁ କନିଷ୍ଠ କ୍ୟାବିନେଟ ମନ୍ତ୍ରୀ ଥିଲେ ଏବଂ ଆଜି ପର୍ଯ୍ୟନ୍ତ ଏହି ରେକର୍ଡ ଅକ୍ଷୁର୍ଣ୍ଣ ରହିଛି। ସେ କଂଗ୍ରେସ ଷ୍ଟାଲୱାର୍ଟ ତଥା ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପରାସ୍ତ କରିବା ପରେ ୧୯୭୭ ମସିହାରେ କଟକରୁ ଜନତା ପାର୍ଟି (ଲୋକ ଦଳ) ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ସେ ୧୦ ମାର୍ଚ୍ଚ ୨୦୦୦ରୁ ୨୧ ମଇ ୨୦୦୪ ପର୍ଯ୍ୟନ୍ତ ଦ୍ୱାଦଶ ବିଧାନସଭାର ବାଚସ୍ପତି ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.