ରାଜ୍ୟକୁ ବିନା ସୁଧରେ ୫୦ ବର୍ଷ ପର୍ଯ୍ୟନ୍ତ ୧୨ ହଜାର କୋଟି ଟଙ୍କାର ଋଣ ଦେବେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ଅର୍ଥ ବ୍ୟବସ୍ଥାକୁ ଦୃଢ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମାତା ସୀତାରମଣ ଆର୍ଥିକ ସ୍ଥିତିକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଜିଏସଟି କାଉନସିଲ ବୈଠକ ଠିକ ପୂର୍ବରୁ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥାରେ ଚାହିଦା ବୃଦ୍ଧି ପାଇଁ କିଛି ପ୍ରୋତ୍ସାହନ ଘୋଷଣା କରିବେ। ଏଥିପାଇଁ କିଛି ବିଶେଷ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି ଯେପରିକି ଚାହିଦା ବୃଦ୍ଧି କରାଯାଇପାରିବ।

ଏହାଛଡା ସଫଳ ଘରୋଇ ଉତ୍ପାଦ ଅର୍ଥାତ ଜିଡିପି ବଢାଇବା ଉପରେ ଜୋର ଦିଆଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ, କୋଭିଡ ଯୋଗୁଁ ଅର୍ଥ ବ୍ୟବସ୍ଥା ବହୁତ ପ୍ରଭାବିତ ହୋଇଛି। ଦୁର୍ବଳ ବର୍ଗଙ୍କ ଆବଶ୍ୟକତାକୁ ଆତ୍ମନିର୍ଭର ଭାରତ ପ୍ୟାକେଜ ଅନୁସାରେ ପୁରା କରିବାକୁ ପ୍ରୟାସ କରାଯାଇଛି। ସରକାର ଅର୍ଥନୀତିକୁ ଦୃଢ କରିବା ପାଇଁ ଚାରିଟି ପଦକ୍ଷେପ ନେଇଛନ୍ତି। ପ୍ରଥମତଃ ସରକାରୀ କର୍ମଚାରୀଙ୍କୁLTC କ୍ୟାଶ ଭାଉଚର୍ସ। କର୍ମଚାରୀଙ୍କୁ ଫେଷ୍ଟିଭାଲ ଆଡଭାନ୍ସ। ରାଜ୍ୟ ସରକାରଙ୍କୁ ୫୦ ବର୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେବା ଏବଂ ପୁଞ୍ଜିଗତ ବ୍ୟୟ ବ୍ୟତୀତ କେନ୍ଦ୍ର ସରକାର ଦ୍ୱାରା ବୁନିଆଦୀ ଢାଞ୍ଚାର ବିକାଶ ଇତ୍ୟାଦିରେ୨୫ ହଜାର କୋଟିର ଅତିରିକ୍ତ ଖର୍ଚ୍ଚ କରିବା।

nirmal sitaram

LTC ଯୋଜନା କ’ଣ ?

ଅର୍ଥମନ୍ତ୍ରୀ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ LTC କୁ ନେଇ ବିଶେଷ ଘୋଷଣା କରିଛନ୍ତି। ଏହି ସ୍କିମ ଅନୁସାରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୪ ବର୍ଷରେ ଥରେ LTC ଲାଭ ଦିଆଯିବ। ଭାରତରେ ଅନ୍ୟ କୁଆଡେ ବୁଲିବାକୁ ଯିବା ସ୍ଥିତିରେ ହୋମଟାଉନ ଯିବାକୁ ଦୁଇଥର LTC ସୁବିଧା ଦିଆଯିବ। ଏହି ସ୍କିମ ଅନୁସାରେ କର୍ମଚାରୀଙ୍କୁ ସ୍କେଲ ଓ ପଦବୀ ଆଧାରରେ କର୍ମଚାରୀଙ୍କୁ ଟ୍ରେନ କିମ୍ବା ବିମାନ ଯାତ୍ରା ପାଇଁ ଭଡା ଦିଆଯିବ। ଏହାଛଡା ୧୦ ଦିନ ଛୁଟି ପ୍ରାବଧାନ ମଧ୍ୟ ରହିଛି। କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏହି ବିକଳ୍ପ ଚୟନ କରିବା ଦ୍ୱାରା ସରକାରଙ୍କ ଉପରେ ୫ ହଜାର ୬୭୫ କୋଟି ଟଙ୍କା ବୋଝ ପଡିବ। ପବ୍ଲିକ ସେକ୍ଟର ବ୍ୟାଙ୍କ ଓ ସରକାରୀ କମ୍ପାନୀ କର୍ମଚାରୀ ଏହି ଯୋଜନାର ଲାଭ ଉଠାଇପାରିବେ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏଟିସି ଟିକେଟରେ ରାଜ୍ୟ କର୍ମଚାରୀ ଓ ପ୍ରାଇଭେଟ ସେକ୍ଟର କର୍ମଚାରୀଙ୍କୁ ରିହାତି ମିଳିବ। ଯଦି ରାଜ୍ୟ ସରକାର କିମ୍ବା ପ୍ରାଇଭେଟ କମ୍ପାନୀ ଏହି ଘୋଷଣା କରନ୍ତି ତାହେଲେ ତାଙ୍କ କର୍ମଚାରୀଙ୍କୁ ମଧ୍ୟ ଟ୍ୟାକ୍ସ ରିହାତି ଲାଭ ମିଳିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

ଅର୍ଥମନ୍ତ୍ରୀ ଅଣ-ଗେଜେଟେଡ୍ କର୍ମଚାରୀଙ୍କ ପାଇଁ ସ୍ପେଶାଲ ଫେଷ୍ଟିଭ ଆଡ଼ଭାନ୍ସ ସ୍କିମ ଘୋଷଣା କରିଛନ୍ତି। ଅଣ-ଗେଜେଟେଡ୍ କର୍ମଚାରୀଙ୍କୁ ଥରେ ମାତ୍ର ଏହାର ଲାଭ ମିଳିବ। ଏହି ସ୍କିମ ଅନୁସାରେ ସମସ୍ତ କେନ୍ଦ୍ର କର୍ମଚାରୀ ବିନା ସୁଧରେ ୧୦ ହଜାର ଟଙ୍କା ପ୍ରିପେଡ଼ RuPay Card ଜରିଆରେ ନେଇପାରିବେ। ଏହାକୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଖର୍ଚ୍ଚ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.