Below header

୨୦୨୦ ପାଇଁ ଅର୍ଥନୀତିରେ ଯୁଗ୍ମ ଭାବେ ନୋବେଲ୍‌ ପାଇଲେ ପଲ୍‌ ମିଲିଗ୍ରୋମ୍‌ ଓ ରବର୍ଟ ଓ୍ଵିଲ୍‌ସନ୍‌

ନୂଆଦିଲ୍ଲୀ : ୨୦୨୦ ମସିହା ପାଇଁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ସୋମବାର ଘୋଷଣା କରାଯାଇଛି । ଏହି ପୁରସ୍କାର ପାଇଁ ଯୁଗ୍ମ ଭାବେ ପଲ୍‌ ଆର୍‌ ମିଲ୍‌ଗ୍ରମ୍‌ ଓ ରବର୍ଟ ବି ଓ୍ଵିଲ୍‌ସନ୍‌ଙ୍କୁ ମନୋନୀତ କରାଯାଇଛି । ‘ଅକ୍ସନ କିପରି କାମ କରେ’ ଏହା ଉପରେ ଉଭୟ ଅର୍ଥ ବିଶେଷଜ୍ଞ ଅଧ୍ୟୟନ କରି ଏକ ନୂଆ ‘ଅକ୍ସନ ଫର୍ମାଟ’  ଉଦ୍ଭାବନ କରିଥିଲେ ।

 

ସେମାନଙ୍କର ଏହି ଉଦ୍ଭାବନ ସାରା ବିଶ୍ୱର କ୍ରେତା, ବିକ୍ରେତା ଓ ଟିକସ ଦାତାଙ୍କୁ ସହାୟତା କରିବ ବୋଲି ରୟାଲ ସ୍ୱେଡେଶୀ ଏକାଡେମୀ ଅଫ୍‌ ସାଇନ୍ସ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଅର୍ଥନୀତିରେ ଚଳିତବର୍ଷ ପାଇଁ ନୋବେଲ୍‌ ପାଇଥିବା ପଲ୍‌ ଆର୍‌ ମିଲ୍‌ଗ୍ରମ୍‌ ଓ ରବର୍ଟ ବି ଓ୍ଵିଲ୍‌ସନ୍‌ ଦୁହେଁ ଆମେରିକୀୟ ।

ଗତ ବର୍ଷ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଦୁଇଜଣ ଗବେଷକ ଏବଂ ତୃତୀୟ ଜଣ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ପୁରସ୍କାର ଅର୍ଥନୀତିରେ ନୋବେଲେ ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.