ଖୁବଶୀଘ୍ର ଏକାଠି ନଜର ଆସିବ ରଣବୀର ଏବଂ ଶ୍ରଦ୍ଧା କପୁର, ନିର୍ଦ୍ଦେଶନା ଦେବେ ଲଭ ରଞ୍ଜନ

ପ୍ରଥମ ଥର ପାଇଁ ବଲିଉଡ୍ର ଚୁଲ୍ବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଟ୍ୟାଲେଣ୍ଟେଡ ଅଭିନେତା ରଣବୀର କପୁର ଖୁବ୍ଶୀଘ୍ର ଏକାଠି ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ରୋମାନ୍ସ ଏବଂ କମେଡିର ତଡ୍କା ଭରପୂର ମାତ୍ରାରେ ରହିବ।
‘ପ୍ୟାର୍ କା ପଞ୍ଚନାମା’ ଏବଂ ‘ସୋନୁ କି ଟିଟୁ କି ସ୍ୱିଟୀ’ ଭଳି ସୁପରହିଟ୍ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ଲବ୍ ରଞ୍ଜନ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ଏପର୍ଯ୍ୟନ୍ତ ଫିଲ୍ମର ଟାଇଟଲ୍ ଘୋଷଣା ହୋଇନି। ଖୁବ୍ଶୀଘ୍ର ଏହାର ସୁଟିଂ ଆରମ୍ଭ ହୋଇଯିବ ବୋଲି ଖବର ମିଳିଛି।

ଉଲ୍ଲେଖଯୋଗ୍ୟ, ଶ୍ରଦ୍ଧା ଶେଷ ଥର ପାଇଁ ‘ବାଗି-୩’ରେ ନଜର ଆସିଥିଲେ। କିନ୍ତୁ କରୋନା ମହାମାରୀ କାରଣରୁ ଏହି ଫିଲ୍ମ ବକ୍ସ ଅଫିସ୍ରେ ଫ୍ଲପ୍ ହୋଇଯାଇଥିଲା। ‘ଛିଛୋରେ’ ତାଙ୍କ ଅଭିନୀତ ଶେଷ ସୁପରହିଟ୍ ଫିଲ୍ମ । ଯେଉଁଥିରେ ତାଙ୍କ ବିପକ୍ଷରେ ସୁଶାନ୍ତ ସିଂହ ରାଜପୁତ ଅଭିନୟ କରିଥିଲେ। ସେହିପରି ରଣବୀରଙ୍କ ଅପକମିଂ ଫିଲ୍ମ ‘ଶମଶେରା’ ଆସିବାକୁ ରହିଛି। ଯେଉଁଥିରେ ବାଣୀ କପୁର ଏବଂ ସଂଜୟ ଦତ୍ତ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.