Below header

ହାତୀର ମୃତଦେହ ଲୁଚାଇବାରେ ଫରେଷ୍ଟରମାନଙ୍କର ସମ୍ପୃକ୍ତି ରହିଛି, SIT ତଦନ୍ତରୁ ସ୍ପଷ୍ଟ ହେବ : ପିସିସିଏଫ୍‌ ଶଶି ପଲ୍‌

(କେନ୍ୟୁଜ): ହାତୀର ମୃତଦେହ ଲୁଚାଇବାରେ ଫରେଷ୍ଟରମାନଙ୍କର ସମ୍ପୃକ୍ତି ରହିଛି । ହାତୀ ମୃତ୍ୟୁରେ ସେମାନଙ୍କର କଣ ଭୂମିକା ରହିଛି, ତାହା SIT ତଦନ୍ତରୁ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ୍‌ ଶଶି ପଲ୍‌ । ଏହା ସହ ଏଣିକି ରାଜ୍ୟରେ ଯେତିକି ବି ହାତୀ କଙ୍କାଳ ଉଦ୍ଧାର ହେବ SIT ସବୁ ଘଟଣାର ତଦନ୍ତ କରିବ ବୋଲି ସେ କହିଛନ୍ତି । ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ ମିଳିଛି ।

କାଲି ଉଚ୍ଚସ୍ତରୀୟ ତଦନ୍ତ କମିଟି ଉପସ୍ଥିତିରେ ଆଉ ଗୋଟିଏ କଙ୍କାଳ ମିଳିଛି । ୨ ଜଣ ଫରେଷ୍ଟର ଫେରାର ଅଛନ୍ତି । SITରେ ଜଣେ ବିଶେଷଜ୍ଞ ସଦସ୍ୟ ରହିଛନ୍ତି, ଯିଏ ହାତୀ କଙ୍କାଳର ନମୁନାରୁ ଏଗୁଡ଼ିକ କେବେ ଘଟିଛି ତାହା ଅନୁମାନ କରିବେ । ତାଙ୍କ ଆକଳନ ଆଧାରରେ ଯେଉଁ DFOଙ୍କ ସମୟରେ ଏ ଘଟଣା ଘଟିଥିବ, ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି ପିସିସିଏଫ୍‌ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.