ମାଲକାନଗିରି: ଦୁଇଟି ସ୍ଥାନରୁ ୪୩ କଇଁଛ ଓ ଦୁଇଟି ମୋଟର ସାଇକେଲ ଜବତ, ୪ ଗିରଫ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକର ଦୁଇଟି ସ୍ଥାନରୁ ଜବତ ହୋଇଛି ୪୩ ଟି କଇଁଛ ଓ ଦୁଇଟି ମୋଟର ସାଇକେଲ। ଚୋରା କଇଁଛ କାରବାରରେ ୪ ଜଣଙ୍କୁ କୋର୍ଟ ଚାଲାଣ ହୋଇଛି । ସେମାନେ ହେଲେ ଏମ୍ଭି – ୯୬ ଗାଁର ବିଶ୍ୱ ସିଲ୍ , ବଲାଇ ସରକାର , ଏମ୍.ପି.ଭି – ୬୫ ଗାଁର ସାଗର ମଲ୍ଲିକ ଓ ବିପୁଲ ମିର୍ଜା। ସୂଚନା ମୁତବାକ ବାହାରୁ କଇଁଛ ଆଣି ଏମାନେ ଚୋରାରେ ବିକ୍ରି କରୁଥିବା ବେଳେ ଚଢଉ କରିଥିଲା ବନ ବିଭାଗ । ମୋଟୁ ରେଞ୍ଜର ବଳରାମ ନାୟକ , ଏମ୍ଭି – ୭୯ର ଫରେଷ୍ଟର ଶଶିବଜିତ ମଣ୍ଡଳ , ବିଦ୍ୟୁତ୍ ବିଶ୍ଵାସ , ଫରେଷ୍ଟ ଗାର୍ଡସୁମିତ ବିଶ୍ଵାସ ଓ ମମତା ବିଶୋଇ ପ୍ରମୁଖ ଏହି ଚଢଉରେ ସାମିଲ ହୋଇଥିଲେ ।

ଏମ.ପି.ଭି – ୮୩ ଗାଁ ନିକଟରୁ ୨୩ଟି କଇଁଛ ଓ ଏମ୍ଭି – ୪୨ ଗାଁ ନିକଟରୁ ୨୦ଟି କଇଁଛ ଜବତ କରାଯାଇଥିଲା । ଶ୍ରୀ ନାୟକଙ୍କ ସୂଚନା ଅନୁଯାୟୀ , ଅଭିଯୁକ୍ତମାନେ ଏସବୁ କଇଁଛ ଆନ୍ଧ୍ରରୁ ଆଣି ସ୍ଥାନୀୟ ଅଞ୍ଚଳରେ ଚୋରାରେ ବିକ୍ରି କରୁଥିଲେ । ଏହି କାରବାରରେ ଆଉ କେଉଁମାନେ ସାମିଲ ଅଛନ୍ତି , ତାହା ଜାଣିବା ଲାଗି ଉଦ୍ୟମ ଜାରି ରଖିଛି ବନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.