ଶିକ୍ଷକ ହେଲେ ଅଶିକ୍ଷିତ, ୪ର୍ଥ ଶ୍ରେଣୀର ଛାତ୍ରୀଙ୍କୁ କଲେ ଅସଦାଚରଣ

ଜଳେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ନହଞ୍ଜରା ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ। ଜନୈକା ନାବାଳିକା ଛାତ୍ରୀ ଜଣକ ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଧରିଲା ସିଂଲା ପୋଲିସ। ସୂଚନା ମୁତାବକ ଗତ ଦିନ ହେବ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଫେରାର୍ ଥିବା ବେଳେ ତାଙ୍କୁ ପଶ୍ଚିମବଙ୍ଗରୁ ଧରିବାରେ ସଫଳ ହୋଇଛି ପୋଲିସ। ଉଭୟ ପୀଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

baleswara caseରିପୋର୍ଟ ଅନୁଯାୟୀ ଗତ ୧୦ ତାରିଖ ସକାଳେ ସିଂଲା ଥାନା ନହଞ୍ଜରା ଗ୍ରାମର ଜନୈକା ଚତୁର୍ଥ ଶ୍ରେଣୀ ନାବାଳିକା ଛାତ୍ରୀ ପ୍ରାଥମିକ ବିଦ୍ଯାଳୟ ପରିସର ଭିତରକୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ନାବାଳିକା ଛାତ୍ରୀକୁ ଅଫିସକୁ ଡାକି ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ସାହୁ ଅସଦାଚରଣ କରିଥିଲେ। ଏନେଇ ପୀଡିତା ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଥାନାରେ ଅଭିଯୋଗ ପରେ ୧୦୩/୨୦ ପୋକ୍ସ ଧାରାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ସୂଚନାଯୋଗ୍ଯ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ପୂର୍ବରୁ ମଧ୍ଯ ଏକାଧିକ ଅସଦାଚରଣ ଅଭିଯୋଗ ଥିବାରୁ ପୋଲିସ ଭୟରେ ଫେରାର୍ ହୋଇଯାଇଥିଲେ। ଅନ୍ଯପଟେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ବେଳେ ତିନି ଦିନ ମଧ୍ଯରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.