ଫିକା ମନରେ ବିଭିନ୍ନ ସ୍ଥାନରେ ପାଳନ ଚାଲିଛି ରଜ ସଜବାଜ, ଆଉ କେଉଁଠି କରୋନା ପାଇଁ ସମସ୍ତ ଉତ୍ସବ ବନ୍ଦ

କେନ୍ଦ୍ରାପଡା/ମାହାଙ୍ଗା : ଆସିଛି ରଜ । ଆଜି ହେଉଛି ସଜବାଜ । କେତେ ଆନନ୍ଦ ଉଲ୍ଲାସରେ ପ୍ରତି ବର୍ଷ ପାଳନ ହୋଇଥାଏ ଏହି ପର୍ବ । କିନ୍ତୁ ଚଳିତ ବର୍ଷ ଫିକା ପଡିଛି ରଜ । କରୋନା ପାଇଁ ଚାରିଆଡେ ଲକ୍ ଡାଉନ୍ । ଫଳରେ ବାହାରକୁ ବାହାରିବା ମନା । ତେବେ ପୂର୍ବ ଭଳି ଆଗ୍ରହ ନଥିଲେ ବି, କେନ୍ଦ୍ରାପଡା ରାମନଗରପଟଣାରେ ଝିଅ ବୋହୁ ମାନେ ରଜ ପାଇଁ ବିଭିନ୍ନ କାର୍ଯ୍ଯରେ ଲାଗିପଡିଛନ୍ତି । କିଏ କୁଙ୍କୁମ ଲଗାଉଛି ତ କିଏ ପାଦରେ ଅଳତା, ଆଉ କିଏ ହାତରେ ମେହେନ୍ଦି କରିବାରେ ବ୍ଯସ୍ତ । ସେହିପରି ମା ମାନେ ମସଲା ବଟାରୁ ଆରମ୍ଭ କରି ପିଠା ପଣା କରିବାରେ ଲାଗିଛନ୍ତି । ରଜରେ ଘରେ ଘରେ ପୋଡ ପିଠାର ଆସର ଜମିଛି କିନ୍ତୁ ମନରେ ନାହିଁ ଆଗ ଭଳି ଖୁସି ।

poda pithamhendi

ଠିକ୍ ସେହିପରି କଟକ ଜିଲ୍ଲା ମାହାଙ୍ଗା ଗୋତରା ବାଲୁଙ୍କେଶ୍ବରଙ୍କ ପୀଠରେ ମଧ୍ଯ ଫିକା ପଡିଛି ରଜ ମଉଜ । ଏହି ପୀଠରେ ଦୀର୍ଘ ୬ବର୍ଷ ଧରି ବାଲୁଙ୍କେଶ୍ବର ରଜ କମିଟି ପକ୍ଷରୁ ରଜ ମଉଜ ଧୁମଧାମରେ ପାଳିତ ହୋଇଥାଏ । ମାତ୍ର ଚଳିବ ବର୍ଷ କରୋନା ମହାମାରୀ ପାଇଁ ସରକାର ଲକ୍ ଡାଉନ୍ ଘୋଷଣା କରିଥିବାରୁ ରଜ ମଉଜକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

mahangaଯେଉଁଠି ଆଜିର ଦିନରେ ବିଭିନ୍ନ ପ୍ରକାରର ଦୋଳି ସାଙ୍ଗକୁ ତୋରଣରେ ସଜେଇ ହୋଇଥାନ୍ତା ସେଠାରେ ଆଜି କାଉ ଉଡୁଛି । କେବଳ ଗତ ବର୍ଷ ଠାରୁ ପୋତା ଯାଇଥିବା ଚରକି ଦୋଳି ପାଇଁ କାଠ ଓ ଝୁଲଣି ଦୋଳି ପାଇଁ କାଠ ଛଡା ଆଉ କିଛି ଦେଖା ଯାଉନାହିଁ । ପୁଣି ସେଠାରେ ଆଣ୍ଠୁଏ ଉଚ୍ଚର ଘାସ ସାଙ୍ଗକୁ ବର୍ଷା ପାଣି । ବର୍ଷକୁ ଥରେ ପାଳନ ହେଉଥିବା ଓଡିଆଙ୍କ ଗଣପର୍ବକୁ ସତେ ଯେମିତି ମାଟିରେ ମିଶାଇଦେଇଛି ମହାମାରୀ କରୋନା । ତଥାପି ଆସନ୍ତା ବର୍ଷକୁ ଆଶା କରି ରହିଛନ୍ତି ଏଠାକାର ବାସିନ୍ଦା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.