ଆଜି ଓଡ଼ିଶା ପୋଲିସର ୮୬ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ଓଡ଼ିଶା ପୋଲିସର ୮୬ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପୋଲିସ ଡିଜି ଅଭୟ । ପୋଲିସ ଡିଜି କହିଛନ୍ତି, ବିଗତ ବର୍ଷ ନକ୍ସଲ ଦମନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି ରାଜ୍ୟ ପୋଲିସ । ୨୦୨୦ରେ ନିଶା ଦ୍ରବ୍ୟ ଜବତ କ୍ଷେତ୍ରରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି ପୋଲିସ । ୪୦୦ ଫେରାରଙ୍କୁ ଏନ୍‌ବିଡବ୍ଲୁ ଓ୍ଵାରେଣ୍ଟରେ ଗିରଫ କରାଯାଇଥିବା ପୋଲିସ ଡିଜି କହିଛନ୍ତି ।

ସେହିପରି ଭୁବନେଶ୍ୱରରେ ୮୬ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । କମିଶନରେଟ୍‌ ପୋଲିସ ଆଗାମୀ ଦିନରେ ଉତ୍ତମ ସେବା ପ୍ରଦାନ କରିବା ଦିଗରେ ସଂକଳ୍ପବଦ୍ଧ ବୋଲିସ ପୋଲିସ କମିଶନର କହିଛନ୍ତି । ଏଥି ସହ ପୋଲିସର କାର୍ଯ୍ୟ ଓ ବ୍ୟବହାର ଦିଗରେ କିଭଳି ଲୋକଙ୍କ ନିକଟତର ହୋଇପାରିବ ସେନେଇ ପରାମର୍ଶ ଦେଇଛନ୍ତି । ପୋଲିସ ପ୍ରତିଷ୍ଠା ଦିବସରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପଢି ଶୁଣାଇଥିଲେ ପୋଲିସ କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.