ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ କରନ୍ତୁ ଏହି ଯୋଗାସନ

ଯୋଗାସନରେ ଶବାସନକୁ ସବୁଠାରୁ ସହଜ ଆସନ ବୋଲି କୁହାଯାଏ। ଏହି ଆସନକୁ ଶବାସନ ଏଥିପାଇଁ କୁହାଯାଏ କାହିଁକିନା ଏହାକୁ କରିବା ପାଇଁ ଶରୀରକୁ ଶବ ଭଳି ଶୋଇବାକୁ ପଡିଥାଏ। ଏହା ଶାରୀରିକ,ମାନସିକ ଉଭୟକୁ ଦୂର କରିବାରେ ସାହାଯ୍ୟ କରେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ।

ଶବାସନ କରିବାର ତରିକା

yogasanଶବାସନ କରିବା ପାଇଁ ଆପଣଙ୍କୁ ସିଧା ଶୋଇବାକୁ ପଡିବ। ଏହାପରେ ହାତକୁ ଆରାମରେ ଏକ ଫୁଟର ଦୂରତା ଉପରେ ରଖନ୍ତୁ। ପାଦର ଦୂରତା ଅଳ୍ପ ରଖନ୍ତୁ। ଆଙ୍ଗୁଠିକୁ ହାତର ଆଖପାଖରେ ରଖନ୍ତୁ। ବାକି ଶରୀରରକୁ ଆରାମ ମୁଦ୍ରରେ ରଖନ୍ତୁ। ଏବେ ଆଖିକୁ ବନ୍ଦ କରନ୍ତୁ ଏବଂ ଧୀରେ ଧୀରେ ନିଶ୍ୱାସ ନିଅନ୍ତୁ ଏବଂ ନିଶ୍ୱାସ ଛାଡନ୍ତୁ। ଏହି ମୁଦ୍ରାରେ ଦୁଇ ମିନିଟ ପର‌୍ୟ୍ୟନ୍ତ ରୁହନ୍ତୁ।

ଶବାସନ କରିବାର ଲାଭ

  • ଏହି ଆସନ ଚିନ୍ତାକୁ ଦୂର କରିଥାଏ।
  • ଏହା ଶାରୀରିକ,ମାନସିକ ଉଭୟକୁ ଦୂର କରିବାରେ ସାହାଯ୍ୟ କରେ।
  • ଉଚ୍ଚ ରକ୍ତଚାପ ରୋଗୀଙ୍କୁ ନିୟମିତ ଭାବରେ ଏହି ଆସନକୁ ଅଭ୍ୟାସ କରିବା ଉଚିତ।
  • ହୃଦରୋଗୀଙ୍କ ପାଇଁ ଏହି ଆସନ ବହୁତ ଲାଭଦାୟକ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.