ପୁରୀ ବାସେଳୀ ସାହି ଥାନା ପୋଲିସର ସଫଳତା: ବ୍ରାଉନ ସୁଗର ବିକ୍ରି ଅଭିଯୋଗରେ ୪ ଗିରଫ

ପୁରୀ (କେନ୍ୟୁଜ): ବ୍ରାଉନ ସୁଗର ବିକ୍ରି ଅଭିଯୋଗରେ ୪ ଗିରଫ । ପୁରୀ ବାସେଳୀ ସାହି ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଗନ୍ନାଥ ବସ୍ତିର ଦୁଇଭାଇ ରାଜା ସିଙ୍ଗ ଓ ଚନ୍ଦନ ସିଙ୍ଗ, ମାର୍କଣ୍ଡେଶ୍ୱର ସାହି ହରିଜନ ବସ୍ତିର ଗୁଡୁ ନାୟକ ଏବଂ ଯାଜପୁର ସପନପୁର ଗାଁର ଅମୂଲ୍ୟ କୁମାର ସ୍ୱାଇଁ ।

ଗିରଫ ଅଭିଯୁକ୍ତଙ୍କ ଠାରୁ ୨୫୫ ଗ୍ରାମ ବ୍ରାଉନ ସୁଗର ଜବତ କରିଛି ପୋଲିସ । ଏହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ । ଏହାସହ ନଗଦ ୨୧ଶହ ଟଙ୍କା, ୪ଟି ମୋବାଇଲ ଫୋନ, ଗୋଟିଏ ଟାଟା ଇଣ୍ଡିଗୋ କାର୍‌ ସହ ତିନୋଟି ଦୁଇଚକିଆ ଯାନ ଜବତ କରିଛି ପୋଲିସ । ଅଭିଯୁକ୍ତ ମାନେ ମଙ୍ଗଳାଘାଟ ପାଖରେ ଥିବା କଲ୍ୟାଣ ମଣ୍ଡପ ନିକଟ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ରୋଡରେ ବ୍ରାଉନ ସୁଗର ବ୍ୟବସାୟ କରୁଥିବା ବେଳେ ପୋଲିସ ଚଢ଼ାଉ କରିଥିଲା ।

ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀର ଅତିରିକ୍ତ ଏସପି ମିହିର କୁମାର ପଣ୍ଡା କହିଛନ୍ତି । ତେବେ ଗତ ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ପୋଲିସ ୧କେଜି ୬୧୯ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ୩୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହିପରି ଗତ କିଛି ଦିନ ପୂର୍ବେ ବ୍ରାଉନ ସୁଗାର ମାଫିଆ ଅନିରୁଦ୍ଧ ଜୟସିଂହକୁ ପୋଲିସ ଗିରଫ କରିବା ସହ ୯୪ ଲକ୍ଷ ଟଙ୍କାର ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ତାହାକୁ ସିଜ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.