ଗଞ୍ଜାମ : ଏକାସାଙ୍ଗରେ ଚାଲିଗଲେ ତିନି ତିନି ଜଣ ସ୍ୱାମୀ, ଶଶୁର ଓ ଶାଶୁ ଏବେ ଅସହାୟ ଅବସ୍ଥାରେ ଗୋଟିଏ ପରିବାର

ଗଞ୍ଜାମ (କେ ନ୍ୟୁଜ୍‌) : ଅତ୍ୟନ୍ତ ହୃଦୟବିଦାରକ ଘଟଣା । ଗୋଟିଏ ପରିବାରର ତିନି ତିନି ଜଣ ଶିକାର ହୋଇଛନ୍ତି କରୋନାରେ । ପଜିଟିଭ୍ ଚିହ୍ନଟ ହେବା ପରେ ଗୋଟିଏ ପରିବାରର ୪ ଜଣ କୋଭିଡ୍ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେଥିରେ ଶାଶୁ, ଶ୍ୱଶୁର ଏବଂ ସ୍ୱାମୀ ଚାଲିଗଲେ ଆରପାରିକୁ । ରହିଗଲେ କେବଳ ସ୍ତ୍ରୀ ।

4ଏଭଳି ହୃଦୟବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ । ମୃତକମାନେ ହେଲେ ଇ. କୃଷ୍ଣପାତ୍ର ଓ ତାଙ୍କ ପତ୍ନୀ ଜାନକୀ ଏବଂ ପୁଅ ଜିତେନ୍ଦ୍ର ପାତ୍ର । ଜିତେନ୍ଦ୍ରଙ୍କ ପତ୍ନୀ ନେଗେଟିଭ୍ ହେବା ପରେ ଏବେ ଘରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ତେବେ ଏକାଥରେ ତିନି ତିନି ଜଣ ପରିବାର ଲୋକଙ୍କୁ ହରାଇ ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଛନ୍ତି । ଆଉ ଆଣିଛନ୍ତି ଚିକିତ୍ସା ଅବହେଳା ଅଭିଯୋଗ ।

3ଦିଗପହଣ୍ଡି ବସ୍ ଷ୍ଟାଣ୍ଡ ରେ ଏକ ଇଲେକଟ୍ରୋନିକ୍ସ ଦୋକାନ ରହିଛି ଜିତେନ୍ଦ୍ରଙ୍କର । ସେ ବାପ ମାଆଙ୍କର ଏକମାତ୍ର ପୁତ୍ର ଥିଲେ । ଜିତେନ୍ଦ୍ରଙ୍କର ପତ୍ନୀ ଏବଂ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । କରୋନା ରେ ଆକ୍ରାନ୍ତ ହୋଇ ପଜିଟିଭ ବାହାରିବା ପରେ ବାପା, ମାଆ, ପୁଅ ବୋହୂ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ମାଆ ଜାନକୀଙ୍କର ମୃତ୍ୟୁ ହେଲା । ଏହାର ଚାରି ଦିନ ପରେ ବାପା ଗୁରୁତର ହୋଇ ମୃତ୍ୟୁବରଣ କରିଥିବା ବେଳେ ପରେ ପୁଅ ଜିତେନ୍ଦ୍ରର ମଧ୍ୟ ମୃତ୍ୟୁ ଘଟିଛି । ବୋହୂ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦିଗପହଣ୍ଡି ସହରରେ ଏଭଳି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.