Below header

କରୋନାରେ ମୃତ୍ୟୁ ହୋଇଛି ବୋଲି ଭାବି କେହି ଛୁଇଁଲେନି ଶବ, ଶେଷରେ ସତ୍କାର ପାଇଁ କାନ୍ଧ ଦେଲେ ସାମ୍ବାଦିକ

ଗଞ୍ଜାମ(କେନ୍ଯୁଜ୍): କରୋନା ହୋଇଛି ବୋଲି ଭାବି ଶବ ଛୁଇଁଲେନି ଗ୍ରାମବାସୀ। ଶେଷରେ ମୃତକଙ୍କୁ କାନ୍ଧ ଦେଲେ ସାମ୍ବାଦିକ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ ଅଞ୍ଚଳରେ। ସୂଚନା ମୁତାବକ ଶେରଗଡ ଗ୍ରାମର ବଡଦାଣ୍ଡ ସାହି ବାସିନ୍ଦା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପିତାମ୍ବର ପାଢୀ ଦୀର୍ଘ ୧୦ ରୁ ୧୫ ଦିନ ଧରି ଜ୍ବର-କାଶରେ ପିଡିତ ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଶ୍ରୀ ପାଢୀଙ୍କ ଦୁଇ ପୁଅ ବାହାର ରାଜ୍ଯରେ ରହୁଥିବାରୁ ତାଙ୍କର କରୋନାରେ ମୃତ୍ୟୁ ହୋଇଛି ବୋଲି ଗ୍ରାମବାସୀୀ ଛୁଇଁ ନଥିଲେ। ଶେଷରେ ଶେରଗଡ ସରପଞ୍ଚ ପ୍ରତିନିଧି ବାଲାଜୀ ପ୍ରଧାନ ଏବଂ ୩ଜଣ ସାମ୍ବାଦିକ କିଟ୍ ପିନ୍ଧି ଶବ ସତ୍କାର ପାଇଁ ଘରୋଇ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.