ଏମ୍ସରେ ୪ଟି ବିଭାଗରୁ ୪ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ଵର (କେନ୍ୟୁଜ) : ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ତେବେ ଏଥିମଧ୍ୟରୁ ବାଦ ପଡୁନାହାନ୍ତି ଡାକ୍ତର । ମିଳିଥିବା ଖବର ଅନୁଯାୟୀ AIIMSର ଚାରିଟି ବିଭାଗର ୪ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହି ୪ଟି ବିଭାଗ ମଧ୍ୟରେ ପାଥୋଲୋଜି ଓ ସର୍ଜରୀ ବିଭାଗରୁ ଦୁଇଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ବେଳେ ଡର୍ମାଟୋଲୋଜି ବିଭାଗରୁ ଜଣେ ଓ ଫାର୍ମାକୋଲୋଜି ବିଭାଗରୁ ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.