ପ୍ରଧାନ ଶିକ୍ଷକଙ୍କ ଅବହେଳା ଲାଗି ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେଲେ ୪ ଛାତ୍ରଛାତ୍ରୀ

କାଲିମେଳା: ପ୍ରଧାନ ଶିକ୍ଷକଙ୍କ ଅବହେଳା ଲାଗି ୪ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକରୁ ଆସିଛି ଏଭଳି ଅଭିଯୋଗ । ଚଳିତ ବର୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା ହେଇଯାଇଛି । ବାପନପଲ୍ଲୀ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ପ୍ରବେଶ ନିମନ୍ତେ ପ୍ରବେଶିକା ପରୀକ୍ଷା ଫର୍ମପୂରଣ କରାଯାଇନଥିବା ଯୋଗୁଁ ପରୀକ୍ଷା କେନ୍ଦ୍ରରୁ ଫେରିଗଲେ ୪ ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରାଯାଇଛି । ତାଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଅନୁମତି ମିଳିବ ବୋଲି ଅଭିଭାବକଙ୍କୁ ଫୋନ ଯୋଗେ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନଶିକ୍ଷକ । କିନ୍ତୁ ପରୀକ୍ଷା ଦିନ ଫର୍ମ ପୂରଣ ହୋଇନଥିବା ଜାଣିବାକୁ ପାଇଥିଲେ ଛାତ୍ରଛାତ୍ରୀ । ଏହି ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଅବଗତ ନଥିଲେ ମଧ୍ୟ ତଦନ୍ତ କରାଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.